୨ ଦିନରେ ବିଷାକ୍ତ ମଦ ନେଲାଣି ୬ ଜୀବନ

ବ୍ୟବଚ୍ଛେଦ ନ କରାଇ ପରିବାରବର୍ଗ ମୃତଦେହର ସତ୍କାର କରିଥିବା ଅଭିଯୋଗ ହୋଇଛି।

Representatioanal Image

  • Published: Thursday, 09 November 2023
  • , Updated: 09 November 2023, 10:16 AM IST

ହରିୟାଣାର ଯମୁନାନଗର ଜିଲ୍ଲାରେ ଗତ ୨ ଦିନରେ ବିଷାକ୍ତ ମଦ ପିଇ ଗଲାଣି ୬ ଜୀବନ । ମୃତକମାନେ ଯମୁନାନଗର ଜିଲ୍ଲାର ମଣ୍ଡେୱରୀ ଓ ପଞ୍ଜୋଟାର ମାଜରା ଗାଁର ବୋଲି ଜଣାଯାଇଛି।

ବିଷାକ୍ତ ମଦ ପିଇବା ପରେ ପ୍ରଥମେ ୬ ଜଣଙ୍କର ବାନ୍ତି ହୋଇଥିଲା। ଏହାର କିଛି ସମୟ ପରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମଦ ପିଇ ଗୁରୁତର ହୋଇ ପଡ଼ିଥିବା ୩ ଜଣଙ୍କୁ ତୁରନ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାଯାଇଛି। ବ୍ୟବଚ୍ଛେଦ ନ କରାଇ ପରିବାରବର୍ଗ ମୃତଦେହର ସତ୍କାର କରିଥିବା ଅଭିଯୋଗ ହୋଇଛି।

ଯମୁନାନଗର ଏସ୍‌ପି କହିଛନ୍ତି, ବୁଧବାର ଅପରାହ୍ନରେ ଆମେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇଲୁ। ବିଷାକ୍ତ ମଦ ପିଇ ଏପରି ହୋଇଥିବା ସୂଚନା ପାଇଲୁ। ମୃତକଙ୍କ ମଧ୍ୟରୁ ୩ ଜଣଙ୍କୁ ମଙ୍ଗଳବାର ଓ ୨ ଜଣଙ୍କର ବୁଧବାର ଅନ୍ତିମ ସଂସ୍କାର କରି ଦିଆଯାଇଛି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାଯାଇଛି ।

Related story