Advertisment

ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ମୃତ୍ୟୁ ମାମଲା: ମୃତ୍ୟୁ ପୂର୍ବରୁ କହିଥିଲେ ମୁଁ ଗେ’ ନୁହଁ, ବନ୍ଧା ହେଲେ ପୁରାତନ ଛାତ୍ର

ବୁଧବାର ବିଳମ୍ବିତ ରାତିରେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ହଷ୍ଟେଲ ବାଲକୋନୀରୁ ଖସି ସ୍ୱପ୍ନଦୀପ କୁଣ୍ଡୁ ଆଖି ବୁଜିଥିବା ବେଳେ ଏବେ ମୃତ୍ୟୁ ପୂର୍ବର ଘଟଣା ବଖାଣିଛନ୍ତି ତାଙ୍କର କିଛି ସାଙ୍ଗ।

Swapnodeep Kundu

Swapnodeep Kundu

Advertisment

ମୁଁ ଗେ’ ନୁହେଁ, ମୁଁ ଗେ’ ନୁହେଁ । ମୃତ୍ୟୁର କିଛି କ୍ଷଣ ପୂର୍ବରୁ ଚିତ୍କାର କରି ଏପରି କହୁଥିଲେ ୧୮ ବର୍ଷୀୟ ଛାତ୍ର ସ୍ୱପ୍ନଦୀପ କୁଣ୍ଡୁ । ବୁଧବାର ବିଳମ୍ବିତ ରାତିରେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ହଷ୍ଟେଲ ବାଲକୋନୀରୁ ଖସି ସ୍ୱପ୍ନଦୀପ କୁଣ୍ଡୁ ଆଖି ବୁଜିଥିବା ବେଳେ ଏବେ ମୃତ୍ୟୁ ପୂର୍ବର ଘଟଣା ବଖାଣିଛନ୍ତି ତାଙ୍କର କିଛି ସାଙ୍ଗ। ସ୍ୱପ୍ନଦୀପ କୁଣ୍ଡୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପୁଲିସ୍‌ ଜଣେ ପୁରାତନ ଛାତ୍ରଙ୍କୁ ଗିରଫ କରିଛି।

Advertisment

କୋଲକତା ପୁଲିସ୍‌ ଗତକାଲି କୁଣ୍ଡୁ ମୃତ୍ୟୁ ମାମଲାରେ ସୌରଭ ଚୌଧୁରୀ ନାମକ ପୁରାତନ ଛାତ୍ରଙ୍କୁ ଗିରଫ କରିଛି। ସୌରଭ ଯାଦବପୁର ୟୁନିଭରସିଟିରୁ ଗତବର୍ଷ ନିଜ ପିଜି ସାରିଥିଲେ ମଧ୍ୟ ହଷ୍ଟେଲରେ ରହିଥିଲେ। ପଚରାଉଚରା ବେଳେ ସ୍ୱପ୍ନଦୀପଙ୍କୁ ରାଗିଂ କରୁଥିବା ନେଇ ସୌରଭ ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି ।

ସ୍ୱପ୍ନଦୀପ କୁଣ୍ଡୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ବେଙ୍ଗଲୀ ଅନର୍ସର ପ୍ରଥମ ବର୍ଷର ଛାତ୍ର ଥିଲେ। ବୁଧବାର ରାତିରେ ସେ ଜୋରରେ ମୁଁ ଗେ’ ନୁହେଁ, ମୁଁ ଗେ’ ନୁହେଁ ବୋଲି କହିଥିଲେ। ଏହା ଶୁଣି ପିଲାମାନେ ଦୌଡ଼ି ଆସିଥିବା ବେଳେ ସେ ହଷ୍ଟେଲର ଦ୍ୱିତୀୟ ମହଲାର ବାଲକୋନୀରୁ ଖସି ପଡ଼ିଥିଲେ।  ଏହାପରେ ସେମାନେ ସ୍ୱପ୍ନଦୀପ କୁଣ୍ଡୁ ତଳେ ଉଲଗ୍ନ ଅବସ୍ଥାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ କେପିସି ମେଡିକାଲ କଲେଜ ପଠାଯାଇଥିବା ବେଳେ କିନ୍ତୁ ଗୁରୁବାର ଭୋର ୪.୩୦ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Advertisment

ସ୍ୱପ୍ନଦୀପଙ୍କ ପରିବାର ଲୋକେ କହିଥିଲେ, ବୁଧବାର ସନ୍ଧ୍ୟାରେ ପୁଅ ତା’ ମା’ ସହ କଥା ହୋଇଥିଲା। ତାକୁ ଭଲ ଲାଗୁନି ଓ ଡର ଲାଗୁଥିବା କହିଥିଲା। କ’ଣ ହୋଇଛି ବୋଲି ତାକୁ ମା’ ପଚାରିଥିଲା। ହେଲେ ସେ କେବଳ ତୁମେ ମାନେ ଶୀଘ୍ର ଆସ। ତମ ମାନଙ୍କୁ ମୋତେ ବହୁତ କିଛି କହିବାର ଅଛି ବୋଲି କହିଥିଲା।

କିଛି ସମୟରେ ସ୍ୱପ୍ନଦୀପକୁ ତା’ ମା’ ଫୋନ କରିଥିଲେ। କିନ୍ତୁ ସେ ଆଉ ଫୋନ ଉଠାଇ ନଥିଲା। ଏହାର ପ୍ରାୟ ଘଣ୍ଟାଏ ପରେ ଘରକୁ ଗୋଟିଏ ଫୋନ ଆସିଥିଲା। ପୁଅ ହଷ୍ଟେଲର ବାଲକୋନୀରୁ ପଡ଼ି ଯାଇଥିବା ଆମକୁ ଖବର ଦିଆଯାଇଥିଲା। ତେଣୁ ରାଗିଂ ଯୋଗୁ ପୁଅର ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଥିଲେ।

ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱପ୍ନଦୀପଙ୍କ ପରିବାର ଲୋକଙ୍କୁ ଭେଟିଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

West Bengal Students Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe