Advertisment

ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ଫାଷ୍ଟ ଟ୍ରାକ ସ୍ପେଶାଲ୍ କୋର୍ଟ ଅଭିଯୁକ୍ତ ଗୁଣନିଧିକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଓ ୩୧ ହଜାର ଟଙ୍କା ଜରିମାନା କରିଛନ୍ତି।

Kendrapara

Kendrapara

Advertisment

ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ କେନ୍ଦ୍ରାପଡ଼ା ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ। ଟାଉନ୍ ଥାନା କେଶ୍ ନମ୍ଵର୍ ୧୦୫/୨୦୨୯ର ବିଚାର କରି ଏହି ରାୟ ପ୍ରକାଶ କରାଯାଇଛି।

Advertisment

ସୂଚନା ଅନୁଯାୟୀ ୨୦୧୯ ଜୁନ ୧୬ ତାରିଖ ରାତିରେ ଟାଉନ୍ ଥାନା ଅନ୍ତର୍ଗତ ଚକ୍ରୋଡ଼ାର ଗାଁର ଗୁଣନିଧି ମଲ୍ଲିକ ନିଜ ପଡ଼ୋଶୀ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ଗୁଣନିଧିକୁ ଗିରଫ କରିଥିଲା।

ପରେ ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ମାମଲାରେ ବିଚାର କରି ଫାଷ୍ଟ ଟ୍ରାକ ସ୍ପେଶାଲ୍ କୋର୍ଟ ଅଭିଯୁକ୍ତ ଗୁଣନିଧିକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଓ ୩୧ ହଜାର ଟଙ୍କା ଜରିମାନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe