Advertisment

ବୋଲ୍‌ ମାର ଦିଆ ଯାଏ କି ଛୋଡ଼ ଦିଆଯାଏ; ପତିଙ୍କୁ ୭ ଥର ବନ୍ଧାଇ ଛଡ଼ାଇ ସାରିଲେଣି ପତ୍ନୀ

ତ ୧୦ ବର୍ଷ ମଦ୍ୟରେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ତାଙ୍କ ସ୍ୱାମୀଙ୍କୁ ୭ ଥର ବାନ୍ଧି ସାରିଲାଣି। କିନ୍ତୁ ସବୁଥର ମହିଳାଜଣନେଜି ହିଁ ବ୍ୟକ୍ତିଗତ ଜାମିନରେ ନିଜ ସ୍ୱାମୀଙ୍କୁ ପୁଲିସ୍‌ କବଳରୁ ମୁକୁଳାଉଛନ୍ତି।

ଅଦ୍ୟତନ ହୋଇଛି
Couple

Couple

Advertisment

‘ବୋଲ ମାର ଦିଆ ଯାଏ କି ଛୋଡ଼ ଦିଆ ଯାଏ, ତେରେ ସାଥ କ୍ୟା ସଲୁକ କିଆ ଯାଏ’ । ଏପରି ଏକ ଘଟଣା ଘଟିଛି ଗୁଜରାଟର ରାଜଧାନୀ ଅହମ୍ମଦାବାଦର। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ନିତିଦିନିଆ କଥା। ମାତ୍ର ଏହି ଦମ୍ପତିଙ୍କ ଝଗଡ଼ା ନିତିଦିନ ପହଞ୍ଚିଯାଏ ଥାନାରେ । ଗତ ୧୦ ବର୍ଷ ମଦ୍ୟରେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ତାଙ୍କ ସ୍ୱାମୀଙ୍କୁ ୭ ଥର ବାନ୍ଧି ସାରିଲାଣି। କିନ୍ତୁ ସବୁଥର ମହିଳାଜଣନେଜି ହିଁ ବ୍ୟକ୍ତିଗତ ଜାମିନରେ ନିଜ ସ୍ୱାମୀଙ୍କୁ ପୁଲିସ୍‌ କବଳରୁ ମୁକୁଳାଉଛନ୍ତି। ତେଣୁ ମହିଳାଜଣକ ପ୍ରକୃତରେ କ’ଣ ଚାହୁଁଛନ୍ତି ତାହା ଏବେ ବି ଅସ୍ପଷ୍ଟ ରହିଛି।

Advertisment

ଏହି ଦମ୍ପତି ହେଲେ ପ୍ରେମଚାନ୍ଦ ମାଲି ଓ ସୋନୁ ମାଲି । ୨୦୦୧ ମସିହାରେ ଉଭୟଙ୍କ ବିବାହ ହୋଇଥିବା ବେଳେ ସେମାନଙ୍କର ୨୦ ବର୍ଷୀୟ ଏକ ପୁଅ ବି ଅଛନ୍ତି। ବହୁ ବର୍ଷ ଉଭୟଙ୍କ ସମ୍ପର୍କ ଭଲ ରହିଥିବା ବେଳେ ୨୦୧୪ରେ ଦେଖାଦେଲା ଫାଟ ।

ସୋନୁ ୨୦୧୫ ମସିହାରେ ନିଜ ସ୍ୱାମୀ ପ୍ରେମଚାନ୍ଦଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ କରିଥିବା ବେଳେ ବନ୍ଧା ହୋଇଥିଲେ ପ୍ରେମଚାନ୍ଦ। ଏହି ମାମଲାର ଶୁଣାଣି ବେଳେ ମାସିକ ୨ ହଜାର ଟଙ୍କା ସୋନୁଙ୍କୁ ଦେବାକୁ କୋର୍ଟ ପ୍ରେମଚାନ୍ଦଙ୍କୁ ଅର୍ଡର ଦେଇଥିଲେ। ମାତ୍ର ଦିନ ମଜୁରିଆ ଭାବେ କାମ କରୁଥିବା ପ୍ରେମଚାନ୍ଦଙ୍କ ନିମନ୍ତେ ଏହି ଅର୍ଥ ଯୋଗାଡ଼ କରି ପତ୍ନୀଙ୍କୁ ଦେବା କାଠିକର ପାଠ ହେଲା। ଫଳରେ ତାଙ୍କ ନାଁରେ ଥରକୁ ଥର ଜାମିନବିହୀନ ଗିରଫ ପରୱାନା ଜାରି ହେଉଥିଲା।

Advertisment

ସୋନୁଙ୍କ ପରିବାରରେ ଆଉ କେହି ନ ଥିବାରୁ ଜେଲ୍‌ରେ ଥିବା ସ୍ୱାମୀଙ୍କୁ ବାହାର କରିବାକୁ ଆଗକୁ ବଢ଼ୁଥିଲେ ସୋନୁ। ସେ ହିଁ ତାଙ୍କୁ ବେଲ୍‌ରେ ବାହାର କରୁଥିଲେ।

ପତ୍ନୀଙ୍କୁ ମାରପିଟ ଅଭିଯୋଗରେ ୨୦୧୬ରୁ ୧୮ ମସିହା ମଧ୍ୟରେ ସୋନୁ ୨ ଥର ଗିରଫ ହୋଇଥିଲେ। ଏହାପରେ ୨୦୧୯ ମସିହାରୁ ୨୦୨୦ ମସିହା ମଧ୍ୟରେ ପତ୍ନୀଙ୍କୁ ମାସିକ ଭରଣପୋଷଣ ବାବଦ ଖର୍ଚ୍ଚ ନ ଦେଇପାରିବାରୁ ତାଙ୍କୁ ଆଉ ୨ ଥର ଗିରଫ ହେବାକୁ ପଡ଼ିଥିଲା।

ମାତ୍ର ଶେଷଥର ଗତ ୫ ତାରିଖରେ ପ୍ରେମଚାନ୍ଦଙ୍କ ୱାଲେଟ ଓ ଫୋନ୍‌ ହଜି ଯାଇଥିବାରୁ ଏଥିନିମନ୍ତେ ସେ ସୋନୁଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇପଡ଼ିଥିବା ଉଭୟ ବାପା ପୁଅ ପ୍ରେମଚାନ୍ଦଙ୍କୁ ପିଟିଥିଲେ। ଏହାପରେ ସେ ଘରକୁ ବାହାରି ଯାଇ ନିଜ ପତ୍ନୀ ଓ ପିଲାଙ୍କ ନାଁ କେସ୍‌ କରିଛନ୍ତି । ଗତ ୭ ତାରିଖରେ ସେ ଉଭୟ ମା’ ପୁଅ ନାମଁରେ କେସ୍‌ କରିଛନ୍ତି।

Court Notice Family Dispute Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe