Advertisment

ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ଗଣଦୁଷ୍କର୍ମ

ମଧ୍ୟପ୍ରଦେଶରେ ଦୁଇଟି ଲୋମହର୍ଷଣକାରୀ ଘଟଣା ଘଟିଛି।

Girl

Girl

Advertisment

ଦୁଷ୍କର୍ମ ଭଳି ଅପରାଧିକ ଘଟଣାକୁ ରୋକିବା ପାଇଁ ସରକାର ଆଇନରେ ପରିବର୍ତ୍ତନ ଆଣିବା ସହ କଠୋର ଦଣ୍ଡ ବିଧାନ ପ୍ରଣୟନ କରୁଥିଲେ ମଧ୍ୟ ଏପରି ପାଶବୀୟ ଘଟଣା ଥମିବାର ନାଁ ନେଉନି। ଏହି କ୍ରମରେ ମଧ୍ୟପ୍ରଦେଶରେ ଦୁଇଟି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି।

Advertisment

ରେୱାରେ ସ୍ୱାମୀ ଆଗରେ ପତ୍ନୀଙ୍କୁ ଗଣଦୁଷ୍କର୍ମ କରାଯାଇ ଥିବାବେଳେ ଇନ୍ଦୋରରେ ଜଣେ ମାନସିକ ବିକୃତ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। 

ସୂଚନା ଅନୁସାରେ, ରେୱାରେ ଏକ ଦମ୍ପତି ପିକନିକରେ ଯାଇଥିଲେ। ଏକ ମନ୍ଦିର ନିକଟରେ ବୁଲାବିଲା କରିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଉଠାଇ ନେଇଥିଲେ। ସ୍ୱାମୀଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ।

Advertisment

ଏପରିକି ଘଟଣା ସମୟର ଭିଡିଓ ରେକର୍ଡ ମଧ୍ୟ କରିଥିଲେ। ଯଦି ପୁଲିସରେ ଖବର ଦିଅନ୍ତି, ତେବେ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ। ଅକ୍ଟୋବର ୨୧ରେ ଏହି ଘଟଣା ଘଟିଥିଲା। ପୁଲିସ ଏହି ମାମଲାରେ କିଛି ସନ୍ଦିଗ୍ଧଙ୍କୁ ଗିରଫ କରି ତଦନ୍ତ କରୁଛି। 

ସେହିପରି ଇନ୍ଦୋରରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳା ଜଣକ ମାନସିକ ବିକାରଗସ୍ତ ହୋଇଥିବାରୁ ଅଭିଯୋଗ କରିପାରିନଥିଲେ। କିନ୍ତୁ ସିସିଟିଭି ଫୁଟେଜ ଆଧାରରେ ମାମଲା ସାମ୍ନାକୁ ଆସିଛି।

ପୁଲିକ କହିବା ଅନୁସାରେ, ସିସିଟିଭି ଫୁଟେଜରେ ମହିଳା ଜଣକ ଅର୍ଦ୍ଧଲଗ୍ନ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏଥିସହ ତାଙ୍କ ଶରୀରରୁ ମଧ୍ୟ ରକ୍ତସ୍ରାବ ହେଉଥିଲା। ପୁଲିସ ହାତରେ ଫୁଟେଜ ପଡ଼ିବା ପରେ ତଦନ୍ତ କରିଥିଲା।

ତଦନ୍ତରୁ ଦେଖାଯାଇଥିଲା ଯେ, ସୋନୁ ନାମକ ଜଣେ ଯୁବକ ତାଙ୍କୁ ଏକ ଚିକିତ୍ସା କେନ୍ଦ୍ର ନେଇଥିଲେ। ପରବର୍ତ୍ତୀ ସମୟରେ ସୋନୁ ହିଁ ତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଡାକ୍ତରଖାନା ନେବାର ଏକ ଘଣ୍ଟା ପୂର୍ବରୁ ସୋନୁ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସ୍ପଷ୍ଟ ହୋଇଛି। ଏନେଇ ସେ ନିଜେ ସ୍ୱୀକାର କରିଥିବା ପୁଲିସ କହିଛି। 

Rape Gangrape MP Police MP News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe