Advertisment

ଛୋଟ ଦଳକୁ ଚାନ୍ଦା ଉପରେ ଆୟକର ବିଭାଗର ନଜର!

ଆପଣ ଯଦି ପ୍ରକୃତରେ ଦାନ ଦେଇଛନ୍ତି ଓ ତା'ର ପ୍ରମାଣ ରଖିଛନ୍ତି, ତେବେ କିଛି ଚିନ୍ତା କରିବାର ନାହିଁ। ମାତ୍ର ଯଦି ଆପଣ ପଞ୍ଜୀକୃତ ରାଜନୈତିକ ଦଳକୁ ଚାନ୍ଦା ଦେଇଥିବା ଦର୍ଶାଇ ଆୟକର ଆଇନର 80GGCରେ ସଂପୂର୍ଣ୍ଣ ଦାନ ରାଶି ଉପରେ ଆୟକର ଛାଡ଼ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହାର ପ୍ରମାଣ ଦର୍ଶାଇବାକୁ ପଡ଼ିବ।

Money

Money

Advertisment

ଆୟକର ବିଭାଗରୁ ହଜାର ହଜାର ଲୋକଙ୍କ ପାଖକୁ ଆସୁଛି ଏସ୍ଏମ୍ଏସ୍‌। ମୁଖ୍ୟତଃ ରାଜନୈତିକ ଦଳଗୁଡ଼ିକୁ 5 ଲକ୍ଷ ଟଙ୍କାରୁ ଅଧିକ ଦାନ ଦେଇଥିବା ଲୋକଙ୍କ ପାଖକୁ ଆୟକର ବିଭାଗରୁ ଆସୁଛି ଏଭଳି ଏସ୍ଏମ୍ଏସ୍। ଆପଣ ଯଦି କୌଣସି ପଞ୍ଜୀକୃତ ରାଜନୈତିକ ଦଳକୁ ଚେକ୍ ବା ଅନଲାଇନରେ 5 ଲକ୍ଷ ଟଙ୍କାରୁ ଅଧିକ ଚାନ୍ଦା ଦେଇଛନ୍ତି, ତେବେ ଆପଣଙ୍କୁ ପାଖକୁ ଆସିବ ନୋଟିସ୍। ବିଶେଷକରି 2020-21 ଆର୍ଥିକ ବର୍ଷରେ ଦାନ ଦେଇଥିଲେ ତାର ପ୍ରମାଣ ମାଗୁଛି ଆୟକର ବିଭାଗ। ଏଭଳି ନଅ ହଜାର ଲୋକଙ୍କ ପାଖକୁ ଯାଇଛି ଏସଏମଏସ୍ ନୋଟିସ। ଆପଣଙ୍କୁ ଚାନ୍ଦା ଦେବା ପାଇଁ କେଉଁ ନେତା ପ୍ରବର୍ତ୍ତାଇଥିଲେ, ତାହା ଦର୍ଶାଇବାକୁ ପଡ଼ିବ। ଆଉ ସେହି ବ୍ୟକ୍ତି ନିଜେ ନିର୍ବାଚନରେ ଲଢ଼ୁଥିଲେ ନା କାହା ପାଇଁ ମାଗୁଥିଲେ, ତାହା ଦର୍ଶାଇବାକୁ ପଡ଼ିବ।

Advertisment

ଆପଣ ଯଦି ପ୍ରକୃତରେ ଦାନ ଦେଇଛନ୍ତି ଓ ତା'ର ପ୍ରମାଣ ରଖିଛନ୍ତି, ତେବେ କିଛି ଚିନ୍ତା କରିବାର ନାହିଁ। ମାତ୍ର ଯଦି ଆପଣ ପଞ୍ଜୀକୃତ ରାଜନୈତିକ ଦଳକୁ ଚାନ୍ଦା ଦେଇଥିବା ଦର୍ଶାଇ ଆୟକର ଆଇନର 80GGCରେ ସଂପୂର୍ଣ୍ଣ ଦାନ ରାଶି ଉପରେ ଆୟକର ଛାଡ଼ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହାର ପ୍ରମାଣ ଦର୍ଶାଇବାକୁ ପଡ଼ିବ। ନଚେତ ଆପଣଙ୍କ ଉପରେ ଆୟକର ଆଇନର ବିଭିନ୍ନ ଧାରାରେ 50ରୁ 200% ଜୋରିମାନା ପଡ଼ିପାରେ। ଏମିତିକି 7 ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।

ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି, ଅପେକ୍ଷାକୃତ ଅଜଣା ଓ ଛୋଟ ପଂଜୀକୃତ ରାଜନୈତିକ ଦଳକୁ କିଛି ଲୋକ 5 ଲକ୍ଷ ଟଙ୍କାରୁ ଅଧିକ ଦାନ ଦେଇଥିବା ଦର୍ଶାଇଥିଲେ ବି ତାର ପ୍ରମାଣ ଦେଇପାରିନାହାନ୍ତି। କେତେକ କ୍ଷେତ୍ରରେ କିଛି ଛୋଟ ଦଳ ଚେକ୍‌ରେ ଦାନ ନେଇଥିବା ଦର୍ଶାଇଥିଲେ ବି 1%ରୁ 3% କମିଶନ ରଖିବା ପରେ ବାକି ଟଙ୍କାକୁ ସଂପୃକ୍ତ ଦାତାଙ୍କୁ ଫେରାଇ ଦେଉଥିବା ଜଣାପଡ଼ିଛି। ଏହାଦ୍ବାରା ସେହି ଦଳଗୁଡ଼ିକ ମନି ଲଣ୍ଡରିଂ ବା କଳା ଟଙ୍କାକୁ ଧଳା କରୁଥିବା ସନ୍ଦେହ ହୋଇଛି। ଯେଉଁମାନେ 2025 ମାର୍ଚ୍ଚ 31 ତାରିଖ ସୁଦ୍ଧା ସେମାନଙ୍କର ଭୁଲକୁ ମାନିଯିବେ ଓ ITR-U (Updated Income Tax Return) ଜରିଆରେ ଆୟକର ବିଭାଗକୁ ଜଣାଇବେ ସେମାନଙ୍କ ଉପରେ ଜୋରିମାନାର ପରିମାଣ 50 ପ୍ରତିଶତ ଭିତରେ ସୀମିତ ରହିପାରେ। ମାତ୍ର ପରେ ଏନେଇ କଠୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

Advertisment

(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନ୍‌ଗୋ, ଓଡ଼ିଶା ରିପୋର୍ଟର)

Income Tax
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe