Advertisment

ରାଜଧାନୀରୁ ଜବତ ୫ କୋଟି ଯାଜପୁରର ଜଣେ BJD ନେତାଙ୍କ ପାଖ ଲୋକଙ୍କର!

ଶୁଣିବାକୁ ମିଳୁଛି ଟଙ୍କା ଥିବା କାର୍‌ଟି କୁଆଡ଼େ ଯାଜପୁର ଜିଲ୍ଲାର ଜଣେ ଟାଣୁଆ ବିଜେଡି ନେତାଙ୍କ ଡାହାଣ ହାତ କୁହାଯାଉଥିବା ଠିକାଦାର ନିହାର ରଞ୍ଜନ ମାନ୍ଧାତାଙ୍କର। ତାଙ୍କ ଘର ଯାଜପୁର ଟାଉନ୍‌ ଅଞ୍ଚଳର।

IT

IT

Advertisment

ନିର୍ବାଚନ ପାଇଁ ସବୁଠି ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ହାଇପ୍ରୋଫାଇଲ୍‌ ଅଞ୍ଚଳରୁ ଜବତ ହୋଇଛି ୫ କୋଟିରୁ ଅଧିକ ଟଙ୍କା। କୁହାଯାଉଛି ଏହି ଟଙ୍କା ଭର୍ତ୍ତି କାର୍‌ଟି ଯାଜପୁର ଜିଲ୍ଲାର ଜଣେ ଟାଣୁଆ ବିଜେଡି ନେତାଙ୍କ ଡାହାଣ ହାତ କୁହାଯାଉଥିବା ଠିକାଦାର ନିହାର ରଞ୍ଜନ ମାନ୍ଧାତାଙ୍କର! ହେଲେ ସେହି ବିଜେଡି ଟାଣୁଆ ନେତା କିଏ? ତାଙ୍କ ନାଁ କ’ଣ? ଅନ୍ୟପକ୍ଷରେ ଏତେ ପରିମାଣର ଟଙ୍କା ରାଜଧାନୀ ଆସିଥିଲା ନା ଯାଉଥିଲା? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ସୋମବାର ବିଳମ୍ୱିତ ରାତିରେ ରାଜଧାନୀର ଭୁବନେଶ୍ୱରର ହାଇପ୍ରୋଫାଇଲ୍‌ ଅଞ୍ଚଳ ଭାବେ ପରିଚିତ ସୂର୍ଯ୍ୟନଜର ଏଲ୍‌ଆଇସି ଅଫିସ୍‌ ପାଖରେ ଗୋଟିଏ ଫର୍ଚୁନର କାର୍‌ ଛିଡ଼ା ହୋଇଥିଲା। ସେହି କାର୍‌ରେ ଟଙ୍କା ଥିବା ନେଇ ଆୟକର ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କାର ଭିତରେ ୩ଟି ବଡ଼ କଳା ବ୍ୟାଗରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଥିବା ଦେଖିବାକୁ ପାଇଥିଲା। ପରେ ଟଙ୍କା ସମ୍ପର୍କରେ କାର୍‌ ଭିତରେ ବ୍ୟକ୍ତିଙ୍କୁ ପଚାରିଥିଲା। ହେଲେ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।

କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ଆୟକର ବିଭାଗ ଟଙ୍କା ଓ କାର୍‌କୁ ଜବତ କରିଥିଲା। ଏଥିସହ କାର୍‌ ଥିବା ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ଆଜି ଅପରାହ୍ନରେ ଜବତ ହୋଇଥିବା ଟଙ୍କାକୁ ଧରି ଭୁବନେଶ୍ୱର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖାକୁ ଯାଇଥିଲା। ସେହି ଟଙ୍କାର ଗଣତି ଚାଲିଛି। ଗଣତି ସମୟରେ କାର୍‌ ଥିବା ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ ପରିମାଣର ଟଙ୍କା କାହାର? ଏହି ଟଙ୍କା ଭୁବନେଶ୍ୱର ଆସୁଥିଲା ନା ଯାଉଥିଲା। ଏନେଇ ଆୟକର ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ। ତେବେ ରାଜନୈତିକ କାର୍ଯ୍ୟରେ ବ୍ୟବହାର ପାଇଁ ଏହି ଟଙ୍କା ଯାଉଥିବା ସାଧାରଣରେ ଆଲୋଚନା ହେଉଛି।

Advertisment

ସେପଟେ ଶୁଣିବାକୁ ମିଳୁଛି ଟଙ୍କା ଥିବା କାର୍‌ଟି କୁଆଡ଼େ ଯାଜପୁର ଜିଲ୍ଲାର ଜଣେ ଟାଣୁଆ ବିଜେଡି ନେତାଙ୍କ ଡାହାଣ ହାତ କୁହାଯାଉଥିବା ଠିକାଦାର ନିହାର ରଞ୍ଜନ ମାନ୍ଧାତାଙ୍କର। ତାଙ୍କ ଘର ଯାଜପୁର ଟାଉନ୍‌ ଅଞ୍ଚଳର। ନିହାର ୩ ସହଯୋଗୀଙ୍କ ସହ ମିଶି ଠିକାଦାର କାମ କରୁଛନ୍ତି। କିନ୍ତୁ ନିହାର ହେଉଛନ୍ତି ଠିକାଦାରୀ ସଂସ୍ଥାର ମୁଖ୍ୟ। ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ବଡ଼ବଡ଼ କାମ(ଯେମିତି ବ୍ରିଜ୍‌, ରାସ୍ତା ଓ ନଦୀବନ୍ଧ) କରନ୍ତି। ସେ ଶାସକ ଦଳର ନେତାଙ୍କ ଗେହ୍ଲା ପୁଅ ବୋଲି ଚର୍ଚ୍ଚା ହେଉଛି।

ତେବେ ଏନେଇ ବିଜେଡି ବା ଠିକାଦାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

BjD Jajpur IT Raid General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe