Advertisment

ନବ ଦାସଙ୍କ ପୁଅଙ୍କ PAଙ୍କ ଘରେ ପଶିଲା ଆଇଟି ଟିମ୍; ଚାଲିଛି ରେଡ୍

ଗତକାଲି ରାତିରେ ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ୪ ଘଣ୍ଟା ଧରି ଜେରା କରିବା ପରେ ଛାଡ଼ିଥିଲା।

ଅଦ୍ୟତନ ହୋଇଛି
Vishal das

Vishal das

Advertisment

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ PAଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଗତକାଲି ପରି ଆଜି ମଧ୍ୟ ଆଶିଷଙ୍କ କୋଲାବିରା ଘରେ ଏହି ରେଡ୍‌ କରାଯାଇଛି। ଆୟକର ବିଭାଗର ୨ଟିମ୍ ଆଶିଷଙ୍କ ଘରେ ଥିବା ସୂଚନା ରହିଛି। 

Advertisment

ଗତକାଲି ରାତିରେ ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ୪ ଘଣ୍ଟା ଧରି ଜେରା କରିଥିଲେ। ଏହାସହ ବିଶାଳଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଆଶିଷଙ୍କ କୋଲାବିରା ଘରେ ମଧ୍ୟ ରେଡ୍‌ କରାଯାଇଥିଲା। ଆଜି ପୁଣି ଥରେ ଆୟକର ଆଶିଷଙ୍କ ଘରେ ରେଡ୍ କରିଛି। 

ତେବେ କେଉଁଥି ପାଇଁ ଆୟକର ବିଭାଗ ବିଶାଳଙ୍କୁ ଜେରା କରିଥିଲା ଓ ତାଙ୍କ PAଙ୍କ ଘରେ କାହିଁକି ଘନ ଘଡ଼ ଚଢ଼ାଉ କରୁଛି ତାହା ଜଣାପଡ଼ିନାହିଁ।  ବିଶାଳ ଟିକସ ଫାଙ୍କି ଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ମଧ୍ୟ ଜଣାପଡ଼ିନାହିଁ।  ଏନେଇ ବିଶାଳ ଦାସଙ୍କ କୌଣସି ପ୍ରତିକ୍ରିୟ ମିଳିପାରିନି। ଅନ୍ୟପକ୍ଷରେ ଆୟକର ବିଭାଗ ଆଜି ବିଶାଳଙ୍କ PAଙ୍କ ଘରେ ପୁଣି ଚଢ଼ାଉ କରିବା ପରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଗତକାଲି  ରାଉରକେଲା, ସୁନ୍ଦରଗଡ, ସମ୍ବଲପୁର ଓ ଭୁବନେଶ୍ୱରର ଆୟକର ଅଧିକାରୀ ବିଶାଳଙ୍କୁ ପଚରାଉଚରା କରିଥିଲେ। ଆୟକର ବିଭାଗର ୪ଟି ଟିମରେ ୧୫ ଅଧିକାରୀ ସାମିଲ ଥିଲେ।

IT Raid Jarasuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe