ଦେଶୀ ମଦଭାଟିରେ ଟଙ୍କା ଦେଖି IT ଜଳକା; ଗଣି ଗଣି ଥକି ପଡ଼ିଲେଣି!

ଧନୁପାଲି ଅଂଚଳରେ ଥିବା ଦେଶୀ ମଦଭାଟି ଓ ବଡ ବଜାର ଅଂଚଳରେ ଥିବା ବଳଦେବ ସାହୁ ଆଣ୍ଡ ସନ୍ସର ଅଫିସରେ ଚଢଉ କରିଛି ଆୟକର ବିଭାଗ। ସେଠାରୁ ମଧ୍ୟ ମିଳିଛି ପୂଳା ପୂଳା ଟଙ୍କା।

IT Raid PhotoOR

ଜବତ ହୋଇଥିବା ଟଙ୍କା

Manoranjan Sial
  • Published: Thursday, 07 December 2023
  • Updated: 07 December 2023, 09:13 PM IST

Sports

Latest News

୩୬ ଘଣ୍ଟା ହେଲା ରେଡ୍‌ କରୁଛି ଆୟକର ବିଭାଗ। ହେଲେ ଆଜି ପର୍ଯ୍ୟନ୍ତ ସରୁନି ରେଡ୍‌। ଏପରିକି ଜବତ କରିଥିବା ଟଙ୍କାର ଗଣତି ମଧ୍ୟ ସରୁନି। ଆୟକର ଫାଙ୍କି ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଉପରେ ଜାରି ରହିଛି ମାରାଥନ ଚଢ଼ଉ। ଆଉ ଏହି ଚଢ଼ଉ ବେଳେ ଆୟକର ଅଧିକାରୀଙ୍କୁ ତାଜୁବ କରିଛି ଦେଶୀ ଭାଟିରୁ ମିଳିଥିବା ବିଡ଼ା ବିଡ଼ା ନୋଟ୍। ଦୁଇ ଦିନର ରେଡ୍‌ ବେଳେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି।

ବଲାଙ୍ଗିର ସୁଦପଡା ମଦ ଭାଟିରେ ରେଡ୍‌ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ। ଯାହାକୁ ଦେଖି ତାଜୁବ ହୋଇଛି ଆୟକର ଟିମ୍। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ପାଇଛି। ତେଣୁ ଟଙ୍କା ନେବାକୁ କର୍ମଚାରୀଙ୍କୁ ଡକାଯାଇଥିଲେ। ୧୫୬ଟି ବ୍ୟାଗ ଓ ଅଖାରେ ଟଙ୍କା ଭର୍ତ୍ତି କରି ବ୍ୟାଙ୍କକୁ ନେଲେ। ରାତି ପାହିବା ପରେ ଆରମ୍ଭ ହୋଇଥିଲା ଟଙ୍କା ଗଣତି। ୬ଟି ମେସିନରେ ୮ ଜଣ କର୍ମଚାରୀ ଲାଗି ପଡିଥିଲେ ଟଙ୍କା ଗଣିବାରେ। ଟଙ୍କା ଗଣି ଗଣି କର୍ମଚାରୀ ବେଦମ ହୋଇପଡିଥିଲେ ମଧ୍ୟ ସରିନଥିଲା ଗଣତି। ସୂଚନା ଅନୁସାରେ, ଦୁଇଟି ଆଲମିରାରୁ ମିଳିଥିବା ଟଙ୍କା ଦେଢଶହ କୋଟିରୁ ଅଧିକ ହେବ। ପରେ ମଦଭାଟି ଦାୟିତ୍ୱରେ ଥିବା ରାଜେଶ ସାହୁଙ୍କୁ ଉଠାଇ ଆଣି ପଚରା ଉଚରା କରୁଛନ୍ତି ଆଇଟି ଅଧିକାରୀ।

Also Read

ସେପଟେ ସମ୍ବଲପୁର ଧନୁପାଲି ଅଂଚଳରେ ଥିବା ଦେଶୀ ମଦଭାଟି ଓ ବଡ ବଜାର ଅଂଚଳରେ ଥିବା ବଳଦେବ ସାହୁ ଆଣ୍ଡ ସନ୍ସର ଅଫିସରେ ଚଢଉ କରିଛି ଆୟକର ବିଭାଗ। ସେଠାରୁ ମଧ୍ୟ ମିଳିଛି ପୂଳା ପୂଳା ଟଙ୍କା। ଅଫିସରୁ ଟଙ୍କା ଭର୍ତ୍ତି ବ୍ୟାଗ ଗୁଡିକୁ ୨ଟି ଭ୍ୟାନରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ନିଆଯାଇ ଗଣା ଚାଲିଛି। ଶାଖା ପରିଚାଳକ କହିଛନ୍ତି, ଏତେ ପରିମାଣର ଟଙ୍କା ମିଳିଛି ଯେ, ଆଜି ଗଣତି ସରିବନି।

ସେହିପରି ଷ୍ଟିଲ ସିଟି ରାଉରକେଲାରେ ପଶିଛି ଆୟକର ଟିମ୍। ସିଭିଲ ଟାଉନ୍ ସିପ୍ ଅଂଚଳର ମଦ ବ୍ୟବସାୟୀ କାମେଶ୍ୱର ତିୱାରୀଙ୍କ ଘର, ଅଫିସ ଓ ଦୋକାନରେ ରେଡ୍‌ ହୋଇଥିବା ବେଳେ ଆୟକର ଫାଙ୍କିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଅନ୍ୟପକ୍ଷରେ ମଦ ବ୍ୟବସାୟୀ ରାଜେଶ କୁମାର ସାହୁଙ୍କ ବୀରମିତ୍ରପୁର ସ୍ଥିତ ଦେଶୀ ମଦ ଭାଟିରେ ପଶି ଯାଞ୍ଚ କରିଛି ଆୟକର ଟିମ୍। ରାୟଗଡା ସହରର ଗାନ୍ଧୀ ନଗରରେ ଥିବା ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘର ଓ ଅଫିସରେ ଆୟକର ଟିମ୍ ଚଢଉ କରିଥିବା ବେଳେ ଆୟକର ଫାଙ୍କି ଅଭିଯୋଗରେ ତାଙ୍କୁ ଉଠାଇ ନେଇଛି।

ସେପଟେ ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀରେ ଦୁଇ ଦିନ ହେଲା ଆୟକର ବିଭାଗ ଚଢଉ ଜାରି ରଖିଛି। ସେଠାରୁ କିଛି ନଗଦ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଏହି ସଂସ୍ଥା ସହ ଜଡିତ ବୌଦ୍ଧ ପୁରୁଣା କଟକସ୍ଥିତ ବ୍ୟବସାୟୀ ଅଶୋକ ଅଗ୍ରୱାଲଙ୍କ ରାଣୀ ସତୀ ରାଇସ ମିଲରେ ମଧ୍ୟ ଚଢଉ କରିଛି ଆୟକର ଟିମ୍।

ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ବୌଦ୍ଧ ଡିଷ୍ଟିଲାରୀର କର୍ପୋରେଟ୍‌ ଅଫିସ ସମେତ ଦୁଇଟି ସ୍ଥାନରେ ଦୁଇ ଦିନ ହେଲା ଆଇଟି ରେଡ୍ ଜାରି ରହିଛି।

ଆୟକର ବିଭାଗ ସ୍କାନରରେ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲ। ଗତକାଲିଠାରୁ ରାଜକିଶୋରଙ୍କ ରାଣୀବଗିଚା ସ୍ଥିତ ଘର, ଅଫିସ ଓ ସର୍ଗିପାଲିରେ ଥିବା ମଦଭାଟି ଉପରେ ରେଡ୍ କରୁଛି ଆଇଟି ଟିମ୍। ରାଜକିଶୋର କେତେ ଆୟକର ଫାଙ୍କିଛନ୍ତି? ତାଙ୍କଠାରୁ କେତେ ଟଙ୍କା ଜବତ ହୋଇଛି? ସେନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story