IT Raid
ସୁନ୍ଦରଗଡ଼ ଜିଲ୍ଲାର ବ୍ୟବସାୟୀ ବିଭୂ ପଣ୍ଡାଙ୍କ ଘରେ ଆଜି ଶନିବାର ଦ୍ୱିତୀୟ ଦିନ ପାଇଁ ବି ଆୟକର ଚଢ଼ଉ ଜାରି ରହିଛି । ଆୟକର ଫାଙ୍କିବା ଅଭିଯୋଗରେ ତାଙ୍କର ବାସଭବନ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, କୋଇଲା ପରିବହନ ବ୍ୟବସାୟ ସମେତ ରାଇସ୍ ମିଲ୍ ଓ ଅନ୍ୟାନ୍ୟ ବ୍ୟବସାୟରେ ସମ୍ପୃକ୍ତ ବିଭୂ ପଣ୍ଡାଙ୍କ ବାସଭବନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗତକାଲିଠୁ ଆୟକର ଚଢ଼ଉ ଜାରି ରହିଛି । ସମ୍ବଲପୁର ଡିଭିଜନର ଆୟକର ବିଭାଗର ୮ଜଣ ଅଫିସର ସୁନ୍ଦରଗଡ଼ ସହର ଓ ହେମଗିରିରେ ଥିବା ଶ୍ରୀ ପଣ୍ଡାଙ୍କ ଘର ଓ ଅଫିସ ଉପରେ ଚଢ଼ଉ କରିଥିଲେ । ଏହି ଚଢ଼ଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିବା ଜଣାପଡ଼ିଛି । ତେବେ କେତେ ଟଙ୍କାର ଆୟକର ଫାଙ୍କି ହୋଇଛି ତାହା ଜଣାପଡ଼ିନି ।
ସୂଚନାଯୋଗ୍ୟ, ଗତ ମାସରେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ କରିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IT_Raid_1704558016.jpg)