Advertisment

ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଟିକେଟ ଲକ୍ଷେ ଟଙ୍କାରେ ବିକ୍ରି କରି ବନ୍ଧା ହେଲେ ଯୁବକ

ସେମି ଫାଇନାଲ ମ୍ୟାଚ୍‌ର ଗୋଟିଏ ଲେଖାଏ ଟିକେଟକୁ ୧.୨୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରି ଯୁବକ ଧରାପଡ଼ଛନ୍ତି।

Tickets

Tickets

Advertisment

ଆସନ୍ତାକାଲି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ତେବେ ଏହାପୂର୍ବରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଟିକେଟର କଳାବଜାରୀ ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ କମ ଦାମର ଟିକେଟକୁ ଯଥେଷ୍ଟ ଅଧିକ ଦାମରେ ବିକ୍ରି କରାଯାଉଛି।

Advertisment

ଏହିକ୍ରମରେ କଳାବଜାରୀ କରୁଥିବା ଜଣେ ଯୁବକଙ୍କୁ ମୁମ୍ବାଇରୁ ପୁଲିସ ଗିରଫ କରିଛି। ଏହି ଯୁବକ ଜଣଙ୍କ ୧,୨୦,୦୦୦ ଟଙ୍କାରେ ଗୋଟିଏ ଲେଖାଏ ଟିକେଟ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ। ପୁଲିସ୍‌ କହିଛି ଯେ ଗିରଫ ଯୁବକଙ୍କ ହେଲେ ରୋଶନ ଗୁରୁବକଶାନି।

ସେ ସେମି ଫାଇନାଲ ମ୍ୟାଚ୍‌ର ଗୋଟିଏ ଲେଖାଏ ଟିକେଟକୁ ୧.୨୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରି ଧରାପଡ଼ଛନ୍ତି। ପୁଲିସ୍‌ ତାଙ୍କ ଠାରୁ ୨ଟି ଟିକେଟ ମଧ୍ୟ ଜବତ କରିଛି। ପୁଲିସ ଏହି ଘଟଣାରେ ରୋଶନ ଓ ଆଉ ଜଣଙ୍କ ନାଁରେ ମାମଲା କରିଛି। ଏବେ ଟିକେଟ କଳାବଜାରୀ ଘଟଣାରେ ସାମିଲ ଥିବା ଦ୍ୱିତୀୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Advertisment

ମୁମ୍ବାଇ ଡିସିପି ପ୍ରବୀଣ ମୁଣ୍ଡେ କହିଛନ୍ତି, ବିଶ୍ୱକପ ଟିକେଟ କିଣିବା ବେଳେ କ୍ରିକେଟ ପ୍ରେମୀମାନେ ସତର୍କ ରୁହନ୍ତୁ। ସୁରକ୍ଷା ଦୃଷ୍ଟିରୁ ସେମାନେ ଶୀଘ୍ର ଷ୍ଟାଡିୟମକୁ ଆସିବା ଦରକାର। କିଛି ଲୋକ କମ ଦାମର ଟିକେଟକୁ ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ଏଥିପ୍ରତି ସତର୍କ ରୁହନ୍ତୁ ବୋଲି ପ୍ରବୀଣ ସମସ୍ତଙ୍କୁ କହିଛନ୍ତି।

ଏହାପୂର୍ବରୁ ୨୫୦୦ ଟଙ୍କାର ଟିକେଟ୍‌କୁ ୪୦ ହଜାର ଟଙ୍କାରେ ବିକ୍ରି କରିବା ଘଟଣାରେ ଆକାଶ କୋଠାରୀ ନାମକ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଥିଲା।କଳାବଜାରୀ ସମ୍ପର୍କରେ ସୂଚନା ମିଳିବା ପରେ ଜେଜେ ମାର୍ଗ ପୁଲିସ ଏକ ଟିମ୍‌ ଗଠନ କରି ମଲାଡ ଅଞ୍ଚଳରେ ଚଢ଼ଉ କରିଥିଲା। ସେଠାରୁ ଆକାଶ କୋଠାରୀଙ୍କୁ ପୁଲିସ ଗିରଫ କରାଯାଇଛି। ତାଙ୍କ ଫୋନ୍‌ରୁ କିଛି ମେସେଜ ଓ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ମିଳିଛି

କୋଠାରୀ ୨୫୦୦ ଟଙ୍କାର ଟିକେଟ୍‌କୁ ୩୫,୦୦୦ରୁ ୪୦,୦୦୦ ଟଙ୍କାରେ ବିକ୍ରି କରୁଥିଲେ। ତାଙ୍କ ବିରୋଧରେ ପୁଲିସ ଧାରା ୪୦୨ ଓ ୫୧୧ରେ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ନିକଟକୁ ଏହି ଟିକେଟ୍‌ କେଉଁଠାରୁ ଆସିଲା ତାହା ଜାଣିବାକୁ ପୁଲିସ ଚେଷ୍ଟା ଚଳାଇଛି। 

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe