Coast Guard ship
ଭାରତୀୟ ତଟରକ୍ଷୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଆଣ୍ଡାମାନରୁ ୫ ଟନର ଡ୍ରଗ୍ସ ଜବତ କରିଛନ୍ତି ତଟରକ୍ଷୀ ବାହିନୀ। ଏକ ମାଛଧରା ଡଙ୍ଗାରେ ଚାଲାଣ ବେଳେ ହୋଇଥିଲା ଚଢାଉ।
Advertisment
ଆଜି ଆଣ୍ଡାମାନ ଦ୍ୱୀପ ନିକଟରେ ଲାଗିଥିବା ବୋଟ୍ ଓ ଜାହାଜର ତଲାସୀ କରିଥିଲେ ତଟରକ୍ଷୀ ବାହିନୀ। ଏହି ସମୟରେ ଏକ ମାଛଧରା ଡଙ୍ଗାରୁ ଡ୍ରଗ୍ସ ମିଳିଥିଲା। ଏହାପରେ ସମ୍ପୂର୍ଣ୍ଣ ତଦନ୍ତ ହେବା ପରେ ଏଥିରୁ ପାଖାପାଖି ୫ ଟନର ଡ୍ରଗ୍ସ ମିଳିଛି।
ଏନେଇ ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ତଟରକ୍ଷୀ ବାହିନୀ ଦ୍ୱାରା ଜବତ ହୋଇଥିବା ଡ୍ରଗ୍ସ ରାକେଟର ଏହା ସବୁଠାରୁ ବଡ଼ ମାମଲା, ପୂର୍ବରୁ ତଟରକ୍ଷୀ ବାହିନୀଙ୍କ ପକ୍ଷରୁ ଏତେ ପରିମାଣର ଡ୍ରଗ୍ସ ଜବତ କରାଯାଇ ନ ଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
