Advertisment

ଭାରତର ଖାଉଥିଲା, ପାକିସ୍ତାନ ISI ପାଇଁ କାମ କରୁଥିଲା

ସୂଚନା ଅନୁସାରେ, ଗିରଫ ISI ଏଜେଣ୍ଟ ହେଉଛନ୍ତି ସତ୍ୟେନ୍ଦ୍ର ସିୱାଲ। ସେ ମସ୍କୋରେ ଥିବା ଭାରତୀୟ ଦୂତାବାସରେ 2021ରୁ କାର୍ଯ୍ୟ କରିଆସୁଥିଲେ।

author-image
Manoj Swain

ଉତ୍ତର ପ୍ରଦେଶର ମୀରଟରୁ ଜଣେ ପାକିସ୍ତାନର ISI ଏଜେଣ୍ଟ ଗିରଫ। ଗିରଫ ବ୍ୟକ୍ତି ଜଣକ ମସ୍କୋରେ ଥିବା ଭାରତୀୟ ଦୂତାବାସରେ ନିୟୋଜିତ ଥିଲେ।ଆଜି ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ (UP ATS) ତାଙ୍କୁ ମୀରଟରୁ ଗିରଫ କରିଛି। ସୂଚନା ଅନୁସାରେ, ଗିରଫ ISI ଏଜେଣ୍ଟ ହେଉଛନ୍ତି ସତ୍ୟେନ୍ଦ୍ର ସିୱାଲ। ସେ ମସ୍କୋରେ ଥିବା ଭାରତୀୟ ଦୂତାବାସରେ 2021ରୁ କାର୍ଯ୍ୟ କରିଆସୁଥିଲେ। ସେ ସେଠାରେ ଭାରତର ସୁରକ୍ଷା ସହାୟକ (IBSA) ଭାବରେ କାର୍ଯ୍ୟ କରୁଥିଲେ।

Advertisment
Pakistan Uttar Pradesh