ଆମେରିକାରେ ଭାରତୀୟ ପରିବାରକୁ ହତ୍ୟା! | Odisha Reporter
ଅମେରିକାରେ ଅସୁରକ୍ଷିତ ହୋଇପଡିଛନ୍ତି ଭାରତୀୟ। ଏଠାରେ ପ୍ରତିଦିନ ଭାରତୀୟମାନେ ହତ୍ୟାର ଶିକାର ହେଉଛନ୍ତି। ଏବେ ପୁଣିଥରେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଭାରତୀୟ ପରିବାର ନିଶ୍ଚିହ୍ନ ହୋଇଯାଇଛନ୍ତି। ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା ପରିବାରର ମୃତଦେହ ମିଳିଛି। ମୃତେଦହରେ ଗୁଳି ମାଡ ଚିହ୍ନ ଅଛି। ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି। ୪୨ ବର୍ଷୀୟ ଆନନ୍ଦ ସୁଜିନ ହେନରୀ, ତାଙ୍କ ୪୦ ବର୍ଷୀୟ ପତ୍ନୀ ଏଲିସ ପ୍ରିୟଙ୍କା ଓ ୪ ବର୍ଷର ଯମଜ ପୁଅ ନୁହ ଓ ନିଥନ ରହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
