Advertisment

୨ ମାସ ତଳେ ଲଣ୍ଡନ ଯାଇଥିଲେ ଭାରତୀୟ ଛାତ୍ର, ନଦୀରୁ ମିଳିଲା ମୃତଦେହ

ମିତକୁମାରଙ୍କ ପରିବାର ଚାଷ ବାସ କରି ପେଟ ପୋଷନ୍ତି। ମାତ୍ର ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୨୩ ବର୍ଷୀୟ ମିତ କୁମାର ଗତ ସେପ୍ଟେମ୍ବରରେ ଉଚ୍ଚତର ଶିକ୍ଷା ନିମନ୍ତେ ଲଣ୍ଡନ ଯାଇଥିଲେ।

ଅଦ୍ୟତନ ହୋଇଛି
Student

Student

Advertisment

ନିଜ ସୁନେଲୀ ସ୍ୱପ୍ନକୁ ବାସ୍ତବ କରିବାକୁ ଲଣ୍ଡନ ଚାଲି ଯାଇଥିଲେ ଭାରତୀୟ ଛାତ୍ର । ସେଠାରେ ପାଠ ପଢ଼ି ନିଜ ପରିବାରର ଦାୟିତ୍ୱ କାନ୍ଧରେ ବୋହିବେ ବୋଲି ଭାବିଥିଲେ। ମାତ୍ର  ତା’ ପୂର୍ବରୁ ସବୁ ଓଲଟପାଲଟ ହୋଇଗଲା। ଗତ ୨ ମାସ ତଳେ ପାଠ ପଢ଼ିବାକୁ ଲଣ୍ଡନ ଯାଇଥିବା ଭାରତୀୟ ଛାତ୍ରଙ୍କ ମୃତଦେହ ଥମାସ ନଦୀ କୂଳରୁ ମିଳିଛି। 

Advertisment

ମୃତକ ହେଲେ ୨୩ ବର୍ଷୀୟ ମିତକୁମାର ପଟେଲ। ତାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାଯାଇଛି। ପୁଅ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ମୁଣ୍ଡ ପିଟୁଛନ୍ତି। 

ମିତକୁମାର ପଟେଲ। ନିଖୋଜ ଥିବା ବେଳେ ପ୍ରାୟ ୫ ଦିନ ପରେ ତାଙ୍କ ମୃତଦେହ ଥମାସ ନଦୀ କୂଳରୁ ମିଳିଛି। ତେବେ ତାଙ୍କ ମୃତ୍ୟୁର  କାରଣ ସ୍ପଷ୍ଟ ହୋଇ ପାରି ନାହିଁ।

Advertisment

ମିତକୁମାରଙ୍କ ପରିବାର ଚାଷ ବାସ କରି ପେଟ ପୋଷନ୍ତି। ମାତ୍ର ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୨୩ ବର୍ଷୀୟ ମିତ କୁମାର ଗତ ସେପ୍ଟେମ୍ବରରେ ଉଚ୍ଚତର ଶିକ୍ଷା ନିମନ୍ତେ ଲଣ୍ଡନ ଯାଇଥିଲେ।

ଗତ ୧୭ ତାରିଖରେ ନିଜ କାମ ସାରି ମିତ କୁମାର ରହୁଥିବା ରୁମ୍‌କୁ ଫେରିବାକୁ ବିଳମ୍ବ କରିଥିଲେ। ଏନେଇ ତାଙ୍କ ସମ୍ପର୍କୀୟମାନେ ଚାରି ଆଡ଼େ ଖୋଜାଖୋଜି କରିବା ସହ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ଏହାପରେ ଗତ ୨୧ ତାରିଖରେ ତାଙ୍କ ମୃତଦେହ ଥମାସ ନଦୀ କୂଳରୁ ଉଦ୍ଧାର ହୋଇଥିଲା।

ମିତକୁମାରଙ୍କ ପରିବାର ଆର୍ଥିକ ଭାବେ ସ୍ୱଚ୍ଛଳ ନ ଥିବାରୁ ପୁଅ ମୃତଦେହ ଫେରାଇ ଆଣିବାକୁ ସେମାନେ ଅସମର୍ଥତା ପ୍ରକାଶ କରିଛନ୍ତି। ଏପରି ସ୍ଥଳେ ତାଙ୍କର ଜଣେ ସମ୍ପର୍କୀୟ ଅନଲାଇନ୍‌ରେ ଫଣ୍ଡ ଯୋଗାଡ଼ କରୁଛନ୍ତି। ଏହାଦ୍ୱାରା ମିତ କୁମାରଙ୍କ ମୃତଦେହ ତାଙ୍କ ପୈତୃକ ଗ୍ରାମକୁ ପଠାଇବା ସହ ତାଙ୍କ ପରିବାର ନିକଟକୁ କିଛି ଟଙ୍କା ପଠାଇବାକୁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।

America America News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe