Advertisment

ଆମେରିକାରେ ବନ୍ଧକ ଥିବା ଭାରତୀୟ ଛାତ୍ର ୭ ମାସ ପରେ ମୁକୁଳିଲେ, ବଖାଣିଲେ ଲୋମଟାଙ୍କୁରା କଥା

ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ୩ ଜଣ ଅପହରଣ କରିନେବା ସହ ପ୍ରାୟ ୭ ମାସ ହେବ ବନ୍ଧକ କରି ରଖିଥିଲେ।

Arrest

Arrest

Advertisment

ପୁଣି ଥରେ ଆମେରିକାରେ ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଭାରତୀୟ ଛାତ୍ର। ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ୩ ଜଣ ଅପହରଣ କରିନେବା ସହ ପ୍ରାୟ ୭ ମାସ ହେବ ବନ୍ଧକ କରି ରଖିଥିଲେ। ସେମାନେ ଉକ୍ତ ଛାତ୍ରଙ୍କୁ ନିର୍ଧୂମ ପିଟୁଥିବା ବେଳେ ପ୍ରବଳ ମାଡ଼ ମାରୁଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ହାଡ଼ ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ବାନ୍ଧିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ତାଙ୍କ ସମ୍ପର୍କୀୟ ଥିବା ଜଣାଯାଇଛି।

Advertisment

ଭାରତୀୟ ଛାତ୍ରଜଣକ ଉଚ୍ଚତର ଶିକ୍ଷା ନିମନ୍ତେ ଗତ ବର୍ଷ ଆମେରିକାକୁ ଯାଇଥିଲେ। ତାଙ୍କ ପରିଚୟ ଗୋପନ ରଖାଯାଇଛି। ସେଠାରୁ ଗତ ଏପ୍ରିଲ ମାସରେ ସମ୍ପର୍କୀୟ ଭେଙ୍କେଟଶ ଆର ସତ୍ତାରୁ ତାଙ୍କୁ ନିଜ ଘରକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ବନ୍ଧକ ରଖିବା ସହ ନିଜ ଆଇଟି କମ୍ପାନୀ ପାଇଁ ପ୍ରବଳ କାମ କରାଉଥିଲେ। ଏଥିସହ ତାଙ୍କର ଆଉ ଦୁଇ ସାଙ୍ଗଙ୍କ ପାଇଁ ବି ସେ ଛାତ୍ରଙ୍କ ଦ୍ୱାରା କାମ କରାଉଥିଲେ।

ସାତ ମାସରୁ ଅଧିକ ସମୟ ଧରି ଉକ୍ତ ଛାତ୍ରଙ୍କୁ ତାଙ୍କ ସମ୍ପର୍କୀୟ ନିଜ ବେସମେଣ୍ଟରେ ବନ୍ଧକ କରି ରଖିଥିଲେ। ସେଠାରେ ତାଙ୍କୁ ମାତ୍ର ୩ ଘଣ୍ଟା ଶୋଇବାକୁ ସମୟ ଦିଆଯାଉଥିଲା। ଅବଶିଷ୍ଟ ସମୟ କାମ କରାଯାଉଥିଲା। ସାମାନ୍ୟ ଭୁଲ୍‌ ହେଲେ ଅଭିଯୁକ୍ତଜଣକ ନିଜ ଦୁଇ ସାଙ୍ଗଙ୍କୁ ଡାକି ତାଙ୍କୁ ନିର୍ଧୂମ ମାଡ଼ ମାରୁଥିଲେ। ସେମାନେ ତାଙ୍କ ପାସପୋର୍ଟ ନଷ୍ଟ କରି ଦେଇଥିଲେ।

Advertisment

ପରିବାର ଲୋକେ ଯେପରି ସନ୍ଦେହ ନ କରିବେ ସେଥିନିମନ୍ତେ ସେମାନଙ୍କ ଉପସ୍ଥିତିରେ ଛାତ୍ରଙ୍କୁ ପରିବାର ସହ ଫୋନ୍‌ରେ କଥା ହେବାକୁ ଅନୁମତି ମିଳୁଥିଲ। କିନ୍ତୁ ଭିଡିଓ କଲ୍‌ ପାଇଁ ଅନୁମତି ମିଳୁ ନ ଥିଲା ।

ଏନେଇ ଜଣେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ୍‌ ଉକ୍ତ ଘର ଉପରେ ଚଢ଼ାଉ କରିଥିଲା। ପୁଲିସ୍‌କୁ ଦେଖି ମୁଖ୍ୟ ଅଭିଯୁକ୍ତ ଭେଙ୍କେଟଶ ଫେରାର ହେବାକୁ ଚେଷ୍ଟା ଚଳାଇଥିଲେ। ମାତ୍ର ପୁଲିସ୍‌ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

 ପୁଲିସ୍‌ ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ତାଙ୍କ ଶରୀରର ବହୁ ସ୍ଥାନରେ ହାଡ଼ ଭାଙ୍ଗି ଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏହା ଅତ୍ୟନ୍ତ ଅମାନବୀୟ କାଣ୍ଡ ବୋଲି ତଦନ୍ତ କରୁଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭେଙ୍କେଟଶଙ୍କ ପରିବାର ଭାରତରେ ବିତ୍ତଶାଳୀ ଓ କ୍ଷମତାଶାଳୀ ହୋଇଥିବା ପୀଡ଼ିତ ଛାତ୍ରଜଣକ ପୁଲିସ୍‌କୁ କହିଛନ୍ତି।

America India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe