Advertisment

ଭାରତୀୟ ଛାତ୍ରଙ୍କୁ ଆମେରିକାରେ ଛୁରା ମାଡ଼, ଅବସ୍ଥା ସଙ୍କଟାପନ୍ନ

ଗୁରୁତର ହୋଇଥିବା ଭାରତୀୟ ଛାତ୍ରଜଣକ ୨୪ ବର୍ଷୀୟ ବରୁଣ ବୋଲି ଜଣାଯାଇଛି। ଏବେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି।

Attack

Attack

Advertisment

ଆମେରିକାରେ ପୁଣି ଦେଖିବାକୁ ମିଳିଛି ହେଟ୍‌ କ୍ରାଇମ୍‌ ଘଟଣା। ଏହାର ଶିକାର ହୋଇଛନ୍ତି ଜଣେ ଭାରତୀୟ ଯୁବକ । ଜଣେ ଆମେରିକୀୟଙ୍କ ଛୁରା ମାଡ଼ରେ ଜଣେ ଭାରତୀୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ଅମାନବୀୟ ଘଟଣା ଆମେରିକାର ଇଣ୍ଡିଆନାରେ ଘଟିଛି।

Advertisment

ଗୁରୁତର ହୋଇଥିବା ଭାରତୀୟ ଛାତ୍ରଜଣକ ୨୪ ବର୍ଷୀୟ ବରୁଣ ବୋଲି ଜଣାଯାଇଛି। ଏବେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି।

ରବିବାର ସକାଳେ ଇଣ୍ଡିଆନାର ୱାଲପରାଇସୌ ସହରର ଏକ ଜିମ୍‌କୁ ୱାର୍କ ଆଉଟ୍‌ କରିବାକୁ ବରୁଣ ଯାଇଥିଲେ। ସେଠାକୁ ଜୋର୍ଡାନ ଏଣ୍ଡ୍ରାନ୍‌ ନାମକ ଯୁବକ ମଧ୍ୟ ଆସିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଜୋର୍ଡାନ ଏଣ୍ଡ୍ରାନ୍‌ ଏକ ଛୁରୀ ସାହାଯ୍ୟରେ ବରୁଣଙ୍କ କାନ ପାଖରେ ଆକ୍ରମଣ କରିଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗୁରୁତର ବରୁଣଙ୍କୁ ପୋର୍ଟ ୱାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଅଭିଯୁକ୍ତ ଜୋର୍ଡାନ ଏଣ୍ଡ୍ରାନ୍‌ଙ୍କୁ ପୁଲିସ୍‌ ତୁରନ୍ତ ଗିରଫ କରିଛି। ଜୋର୍ଡାନ ପୁଲିସ୍‌କୁ ଦେଇଥିବା ସୂଚନା ଅନୁଯାୟୀ, ସେ ବରୁଣଙ୍କୁ ପୂର୍ବରୁ ଜାଣି ନାହାନ୍ତି। ମାତ୍ର ଜିମ୍‌ରେ ଏକ ସାଧାରଣ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବାରୁ ସେ ବରୁଣଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା କହିଛନ୍ତି।

ଆମେରିକାରେ ଏବେ ହେଟ୍‌ କ୍ରାଇମ୍‌ ମାମଲା ବଢ଼ି ଚାଲିଥିବା ବେଳେ ତାହା ଏବେ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ବି ଆମେରିକାରେ ଭାରତୀ୍ୟ ବଂଶୋଦ୍ଭବଙ୍କ ଉପରେ ଆକ୍ରମଣ ହୋଇ ସାରିଛି। କିଛି ଦିନ ପୂର୍ବେ ନ୍ୟୁୟର୍କ ସହରରେ ଜଣେ ଭାରତୀୟ ବୟସ୍କ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି।

America India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe