Advertisment

ସାଇବର ଲୁଟେରାଙ୍କ ପଞ୍ଝାରେ ବିଶିଷ୍ଟ ଶିଳ୍ପପତି ଏସପି ଓସୱାଲ; ଲୁଟିନେଲେ ୭ କୋଟି ଟଙ୍କା

ଶିଳ୍ପପତି ଶ୍ରୀ ପାଉଲ ଓସୱାଲଙ୍କୁ ସିବିଆଇର ପରିଚୟ ଦେଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
SP Oswal

SP Oswal

Advertisment

ସାଇବର ଅପରାଧୀଙ୍କ ପଞ୍ଝାରେ ପଡ଼ି ଯାଇଛନ୍ତି ବିଶିଷ୍ଟ ଶିଳ୍ପପତି ଶ୍ରୀ ପାଉଲ ଓସୱାଲ। ଲୁଟେରାମାନେ ତାଙ୍କଠାରୁ ୭ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପଞ୍ଜାବ ପୁଲିସ ତଦନ୍ତ କରି ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। 

Advertisment

ଲୁଧିଆନା ପୁଲିସ କମିଶନର କୁଳଦୀପ ସିଂହ ଚହଲ କହିଛନ୍ତି ଯେ, ଦୁଇଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ୫.୨୫ କୋଟି ଟଙ୍କା ଜବତ କରାଯାଇଛି। ଏହି ଲୁଟେରା ଗ୍ୟାଙ୍ଗର ମୋଟ ୯ ଜଣ ସଦସ୍ୟ ଥିଲେ। ଏମାନେ ଆସାମ ଏବଂ ପଶ୍ଚିମବଙ୍ଗରେ ଛୋଟ ବଡ଼ ବ୍ୟବସାୟୀଙ୍କୁ ଧମକ ଦେଇ ଅନଲାଇନରେ ଲୁଟ୍ କରୁଥିଲେ।

ଗ୍ୟାଙ୍ଗର ଦୁଇ ଜଣ ଗିରଫ ହୋଇ ଥିବାବେଳେ ଅନ୍ୟ ୭ ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି, ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।  ଏମାନେ ଶିଳ୍ପପତି ଓସୱାଲଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୭ କୋଟି ଟଙ୍କା ଲୁଟ୍ କରିଥିବା ଲୁଧିଆନା ପୁଲିସ କମିଶନର କୁଳଦୀପ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି ଯେ, ଅଭିଯୁକ୍ତମାନେ ଶିଳ୍ପପତି ଓସୱାଲଙ୍କୁ ସିବିଆଇର ପରିଚୟ ଦେଇ ନକଲି ଗିରଫ ପରୱାନା ଦେଖାଇଥିଲେ। ସେମାନେ ତାଙ୍କୁ ଡିଜିଟାଲ ଆରେଷ୍ଟ କରିବେ ବୋଲି ଧମକ ଦେଇଥିଲେ। 

ଏନେଇ ଓସୱାଲ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପଞ୍ଜାବ ପୁଲିସ ୪୮ ଘଣ୍ଟା ମଧ୍ୟରେ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଖୋଜାଖୋଜି କରୁଛି। 

ତେବେ ସାଇବର ଅପରାଧୀଙ୍କ ଲୁଟପାତ୍ ବଢି ଚାଲି ଥିବାବେଳେ ସପ୍ତାହ ମଧ୍ୟରେ ରାଜ୍ୟରେ ଏପରି ଦୁଇଟି ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଜଣେ ସ୍ଥାନୀୟ ଶିଳ୍ପପତିଙ୍କୁ ସମାନ ଢଙ୍ଗରେ ଧମକ ଦେଇ କୋଟିଏ ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା। 

Cyber Crime Cyber Loot Industrialist SP Oswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe