Advertisment

ୱାର୍ଡରେ ନର୍ସଙ୍କ ଦେଖା ମିଳିଲାନି, ମା’ କୋଳରେ ଆଖି ବୁଜିଦେଲା ଶିଶୁ କନ୍ୟା

ବାପାମା’ କଅଁଳ ଶିଶୁକୁ ଧରି ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଧାଇଁଥିଲେ ବି ନର୍ସଙ୍କୁ ପାଇ ନ ଥିଲେ। ଏହା ମଧ୍ୟରେ ଚିକିତ୍ସା ନ ପାଇ ମା’ କୋଳରେ ଆଖି ବୁଜିଦେଲା ୫ ମାସର ଶିଶୁକନ୍ୟା।

DeadBody Of Child

DeadBody Of Child

Advertisment

ରାତି ଅଧରେ ମେଡିକାଲରେ ବି ମିଳିଲାନି ଚିକିତ୍ସା ସୁବିଧା। ଡାକ୍ତର ଦେଖି ୱାର୍ଡକୁ ପଠାଇ ଦେଇଥିବା ବେଳେ ସେଠାରେ କିନ୍ତୁ ନର୍ସଙ୍କ ଦେଖା ନ ଥିଲା। ବାପାମା’ କଅଁଳ ଶିଶୁକୁ ଧରି ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଧାଇଁଥିଲେ ବି ନର୍ସଙ୍କୁ ପାଇ ନ ଥିଲେ। ଏହା ମଧ୍ୟରେ ଚିକିତ୍ସା ନ ପାଇ ମା’ କୋଳରେ ଆଖି ବୁଜିଦେଲା ୫ ମାସର ଶିଶୁକନ୍ୟା। ସେମାନଙ୍କ ଘର କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମରେ ବୋଲି ଜଣାଯାଇଛି।

Advertisment

ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ ପରିସରରେ ଘଟିଛି। । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ପ୍ରତିବାଦରେ ମେଡିକାଲ ସମ୍ମୁଖରେ ମୃତଦେହ ଧରି ଧାରଣାରେ ଦୀର୍ଘ ସମୟ ବସି ରହିଥିଲେ ବାପାମା’। ଆଜି ସକାଳେ ସିଡିଏମ୍‌ଓ ଅଭୟ ଦାସ ପହଞ୍ଚି ମୃତ ଶିଶୁଟିର ବାପାମା’ଙ୍କୁ ବୁଝାଇବା ପରେ ସେମାନେ ନିଜ ଘରକୁ ଚାଲି ଯାଇଥିବା ଜଣାଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ଶିଶୁକନ୍ୟାକୁ ଗତକାଲି ଗ୍ରାମର ଆଶା ଦିଦି ଟିକା ଦେଇଥିଲେ। ଟିକା ନେବାର କିଛି ଘଣ୍ଟା ପରେ ଶିଶୁଟି ଅସୁସ୍ଥ ହୋଇ ପଡିଥିଲା। ବିଳମ୍ବିତ ରାତିରେ ଶିଶୁକୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲକୁ ନେଇଥିଲେ। ମେଡିକାଲରେ ପହଞ୍ଚି ଆଉଟଡୋରରେ ଦେଖାଇବା ପରେ ମେଡ଼ିସିନ ୱାର୍ଡକୁ ଡାକ୍ତର ପଠାଇଥିଲେ।

Advertisment

ହେଲେ ଦୀର୍ଘ ସମୟ ଧରି ମେଡ଼ିସିନ ୱାର୍ଡରେ କୌଣସି ନର୍ସଙ୍କ ଦେଖା ମିଳି ନଥିଲା। ଫଳରେ ଚିକିତ୍ସା ନ ପାଇ ଶିଶୁଟି ମା’ କୋଳରେ ଛଟପଟ ହୋଇଥିଲା। ବିଳମ୍ବରେ ନର୍ସ ପହଞ୍ଚିବା ବେଳକୁ ଶିଶୁକନ୍ୟାର ମୃତ୍ୟୁ ହୋଇ ସାରିଥିଲା।

ପରିବାର ଲୋକଙ୍କ କହିବା ଅନୁୟାୟୀ, ମେଡିସିନ ୱାର୍ଡରେ କେହି ଡ୍ୟୁଟିରେ ନ ଥିବାରୁ ଠିକ୍‌ ସମୟରେ ଆମ ପିଲା ଚିକିତ୍ସା ସୁବିଧା ପାଇପାରି ନ ଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଆମ ଛୁଆ ଅକାଳରେ ଆଖି ବୁଜିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଶାସ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ପରିବାର ଲୋକେ ମୃତଦେହ ଧରି ମେଡିକାଲ ସମ୍ମୁଖରେ ଧାରଣାରେ ବସି ରହିଥିବା ବେଳେ ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe