Advertisment

ଆତଙ୍କରାଜ ଚଳାଇଥିଲେ ଅବସରପ୍ରାପ୍ତ ଯବାନ, କାବୁ କରିବାକୁ ଯାଇ ମହିଳା SI ଗୁରୁତର

ପୁଲିସ୍‌ କର୍ମଚାରୀମାନେ ଅବସରପ୍ରାପ୍ତ ଯବାନ ଶ୍ରୀ ଦାସଙ୍କୁ କାବୁ କରିବାକୁ ଯାଇଥିଲେ। ସେ ମହିଳା ପୁଲିସ୍‌ ଏସ୍‌ଆଇ ମଧୁସ୍ମିତା ବେହେରାଙ୍କୁ ଧକ୍କା ମୁଖି ମାରିଥିଲେ। ତାଙ୍କର ଶତାଧିକ ସମର୍ଥକ ମାରଣାସ୍ତ୍ର ଧରି ପୁଲିସ୍‌ଙ୍କୁ ଆକ୍ରମଣ କରିଥିଲେ।

Banki

Banki

Advertisment

ଖଣ୍ଡା ଓ ହାତୁଡ଼ି ଧରି ଆତଙ୍କ ଚଳାଇଥିଲେ ଅବସରପ୍ରାପ୍ତ ଯବାନ। ତାଙ୍କୁ କାବୁ କରିବାକୁ ଯାଇ ଘାଇଲା ହେଲେ ମହିଳା ପୁଲିସ୍‌ ଏସ୍‌ଆଇ। ଏପରି ଖବର ଆସିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରୁ। ଗୁରୁତର ଏସ୍‌ଆଇଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ସରୋଜ ଦାସ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଯବାନ। ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ବେଳେ ସେ ହାତରେ ଖଣ୍ଡା ଓ ହାତୁଡ଼ି ଧରି ବାଙ୍କୀ କଚେରି ଛକରେ ଆତଙ୍କରାଜ ଚଳାଇଥିଲେ। ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ୍‌। ତାଙ୍କୁ କାବୁ କରିବା ପାଇଁ ଉଦ୍ୟମ କରୁଥିଲା। ହେଲେ ସେ ଦୌଡ଼ି ପଳାଇ ଯାଇଥିଲେ। ପୁଲିସ୍‌ ଖାଲି ହାତରେ ଫେରିଥିଲା। ସହିଦିନ ଠାରୁ ପୁଲିସ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଆସୁଥିଲା।

ଆଜି ଶ୍ରୀ ଦାସ ସିମିଳିପୁର ଖେଳ ପଡିଆରେ କିଛି ଯୁବକଙ୍କୁ ଧରି ସଭା କରୁଥିଲେ। ଏ ସମ୍ପର୍କରେ ଖବର ପାଇ ଏସ୍‌ଡିପିଓ ଜ୍ଞାନରଞ୍ଜନ ମିଶ୍ର ସଦଳବଳେ ସେଠାକୁ ଯାଇଥିଲେ। ସାଥୀରେ ଅଗ୍ନିଶମ କର୍ମଚାରୀଙ୍କୁ ନେଇଯାଇଥିଲେ। ପାଣି ସ୍ପ୍ରେ କରି ତାଙ୍କୁ କାବୁ କରିବା ପାଇଁ ବ୍ୟବସ୍ଥା କରିଥିଲେ। ଶ୍ରୀ ଦାସ ଓ ତାଙ୍କ ସମର୍ଥକମାନେ ମାରଣାସ୍ତ୍ରୀ ଧରି ଗାଁ ଲୋକଙ୍କୁ ନେଇ ସଭା କରୁଥିବାରୁ ଅଗ୍ନିଶମ କର୍ମଚାରୀମାନେ ପାଣି ସ୍ପ୍ରେ କରିପାରିନଥିଲେ।

Advertisment
Policeମେଡ଼ିକାଲ୍‌ରେ ଚିକିତ୍ସା ହେଉଛନ୍ତି ଏସ୍‌ଆଇ

ପୁଲିସ୍‌ କର୍ମଚାରୀମାନେ ଅବସରପ୍ରାପ୍ତ ଯବାନ ଶ୍ରୀ ଦାସଙ୍କୁ କାବୁ କରିବାକୁ ଯାଇଥିଲେ। ସେ ମହିଳା ପୁଲିସ୍‌ ଏସ୍‌ଆଇ ମଧୁସ୍ମିତା ବେହେରାଙ୍କୁ ଧକ୍କା ମୁଖି ମାରିଥିଲେ। ତାଙ୍କର ଶତାଧିକ ସମର୍ଥକ ମାରଣାସ୍ତ୍ର ଧରି ପୁଲିସ୍‌ଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ପୁଲିସ୍‌ ସେଠାରୁ ପଳାଇ ଆସିଥିଲା। ତା’ପରେ ଶ୍ରୀ ଦାସ ସମର୍ଥକଙ୍କ ସେଠାରେ ଫେରାର ହୋଇଯାଇଥିଲେ।

ସେପଟେ ଶ୍ରୀ ଦାସଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଏସ୍‌ଆଇ ମଧୁସ୍ମିତା ବେହେରାଙ୍କୁ ବାଙ୍କୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନଥିବାରୁ ଅକ୍ସିଜେନ୍‌ ସପୋର୍ଟରେ ଚିକିତ୍ସା କରାଯାଉଛି। ଆଜି ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ରିପୋର୍ଟ-ବାଙ୍କୀରୁ ସଞ୍ଜୀପ କୁମାର ନାୟକ

Cuttack Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe