Advertisment

ତିହାର ଜେଲରେ ବଡ଼ ଅଘଟଣ: ଆଫଗାନୀର ଛୁରୀ ମାଡ଼ରେ ଭାରତୀୟ କଏଦୀ ମୃତ

ପ୍ରାଣ ହରାଇଥିବା ଜେଲ ଅନ୍ତବାସୀ ଜଣଙ୍କ ହେଲେ ୨୯ ବର୍ଷୀୟ ଦୀପକ ସୋନି। ତାଙ୍କ ଘର ଶଙ୍କରପୁରରେ। ତାଙ୍କୁ ଜେଲ ନମ୍ବର ୩ରେ ରଖାଯାଇଥିଲା।

Tihar

Tihar

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଥିବା ତିହାର ଜେଲରେ ବଡ଼ ଅଘଟଣ ଘଟିଛି। ଜେଲରେ ଥିବା ଜଣେ ଆଫଗାନିସ୍ତାନ ନାଗରିକର ଛୁରୀ ମାଡ଼ରେ ଭାରତର ଜଣେ ବିଚାରାଧୀନ କଏଦୀଙ୍କ ଜୀବନ ଚାଲି ଯାଇଛି। ପ୍ରାଣ ହରାଇଥିବା କଏଦୀଙ୍କ ବୟସ ୨୯ ବର୍ଷ। ଗୋଟିଏ ଲୁଟ ମାମଲାରେ ସେ ଗିରଫ ହୋଇ ଜେଲରେ ରହିଥିଲେ। କିନ୍ତୁ ସେ ଦୋଷୀ ସାବ୍ୟସ୍ତ ଏଯାଏ ହୋଇ ନଥିଲେ।

Advertisment

ଜେଲ ଭିତରେ ଏପରି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ପ୍ରାଥମିକ ଭାବେ ଜେଲରେ ଦିଆଯାଉ ଥିବା ଖାଦ୍ୟକୁ ନେଇ ଦୁଇ କଏଦୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଆଫଗାନୀ କଏଦୀ ଜଣକ ଭାରତୀୟ କଏଦୀଙ୍କୁ ହତ୍ୟା କରିଥିବା କୁହାଯାଉଛି।

ପ୍ରାଣ ହରାଇଥିବା ଜେଲ ଅନ୍ତବାସୀ ଜଣଙ୍କ ହେଲେ ୨୯ ବର୍ଷୀୟ ଦୀପକ ସୋନି। ତାଙ୍କ ଘର ଶଙ୍କରପୁରରେ। ତାଙ୍କୁ ଜେଲ ନମ୍ବର ୩ରେ ରଖାଯାଇଥିଲା ଓ ସେ ଜଣେ ସର୍ଭିସମ୍ୟାନ ଭାବେ କାମ କରୁଥିଲେ।

Advertisment

ତାଙ୍କ ଛାତିରେ ଛୁରୀ ଭୁଷିଥିବା ଆଫଗାନୀ ଜଣଙ୍କ ହେଲା ୪୪ ବର୍ଷୀୟ ଅବଦୁଲ ବସିତ ଅଖୋଣ୍ଡଜାଦା। ପୂରା ଘଟଣା ଦିନ ୧୨.୪୦ରେ ଘଟିଥିଲା। କୌଣସି ପ୍ରକାରର ମାରପିଟ କିମ୍ବା ପାଟିତୁଣ୍ଡ ନ କରି ଅବଦୁଲ ବେଶ ଶାନ୍ତ ସ୍ୱାଭାବିକ ଢଙ୍ଗରେ ଦୀପକଙ୍କ ପାଖରେ ପହଞ୍ଚିଥିଲା ଓ ଛୁରୀ ଭୁଷି ଦେଇଥିଲା ବୋଲି ଜେଲର ଜଣେ ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ ଘଟଣା ପରେ ତୁରନ୍ତ ଅବଦୁଲକୁ କାବୁ କରି ନିଆଯାଇଥିଲା। ସେହିପରି ଦୀପକଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅବଦୁଲ ଲଜପତ ନଗରରେ ଗୋଟିଏ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ ୨୦୧୯ରୁ ତିହାର ଜେଲରେ ରହିଛି। ସେହିପରି ଗୋଟିଏ ଚୋରି ମାମଲାରେ ଦୀପକଙ୍କୁ ୨୦୧୮ରେ ପୁଲିସ୍‌ ଗିରଫ କରିଥିଲା।

Delhi Crime Tihar Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe