Advertisment

ନିଶା ଛାଡ଼ିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

କେଦାରନାଥଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ନିଶା ଛାଡ଼ିବାକୁ ନିଶା ନିବାରଣ କେନ୍ଦ୍ରକୁ ଯାଇଥିଲା ପୁଅ। ହେଲେ ଫେରିଲା ଶବ ହୋଇ। ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ଥିବା ଏକ ନିଶା ନିବାରଣକେନ୍ଦ୍ରରେ । ମୃତ ଯୁବକ ଜଣଙ୍କ ହେଲେ କେଦାରନାଥ ପରିଡ଼ା ।

Advertisment

ଯାଜପୁର ଜିଲ୍ଲା ହରିପୁର ଗାଁର କେଦାରନାଥ ପରିଡ଼ାଙ୍କୁ ପରିବାର ଲୋକେ ଗତ ୪ ତାରିଖରେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିଛିଦିନ ତଳେ କେଦାରନାଥଙ୍କୁ ପରିବାର ଲୋକେ ଭେଟିବାକୁ ଆସିଥିଲେ। ସିସିଟିଭି ଜରିଆରରେ କେଦାରନାଥ ସୁସ୍ଥ ଥିବା ଦେଖାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ। ଗତକାଲି ସେ ଅସୁସ୍ଥ ହୋଇ ପଡ଼ିଥିବାର ପରିବାର ଲୋକଙ୍କୁ ଜଣାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ।

ପରେ ପରିବାର ଲୋକଙ୍କୁ କେଦାରନାଥଙ୍କର ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ପରିବାର ଲୋକେ ଏହି ଖବର ଶୁଣି ତୁରନ୍ତ ଭଦ୍ରକ ମେଡିକାଲରେ ପହଞ୍ଚିଥିଲେ। କେଦାରନାଥଙ୍କ ଦେହରେ ଅନେକ କ୍ଷତ ଚିହ୍ନ ଦେଖିଥିଲେ। କେଦାରନାଥଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନିଶା ନିବାରଣ କେନ୍ଦ୍ରର କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe