Advertisment

ଇନ୍ସପେକ୍ଟର ପୁଷ୍ପଲତା ରାଉତରାୟ ନିଲମ୍ବିତ

ଗତ ଜୁଲାଇ ମାସରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

author-image
Jitendra Garnayak
Inspector Puspalata Rautray

Inspector Puspalata Rautray

ଗତ ଜୁଲାଇ ମାସରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଆଜି ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)। ଏହି ନିଲମ୍ବନ ଆଦେଶ ଜୁଲାଇ ୨୨ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ। ଜୁଲାଇ ୨୨ ତାରିଖରେ ଗିରଫ ହୋଇଥିଲେ ପୁଷ୍ପଲତା ରାଉତରାୟ।

Advertisment

ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁଷ୍ପଲତା ରାଉତରାୟ। ଜବତ ହୋଇଥିବା ଏକ ବାଲି ବୋଝେଇ ଗାଡ଼ିକୁ ଛାଡ଼ି ଦେବାକୁ ସେ ଲାଞ୍ଚ ନେଉଥିଲେ। ତେବେ ଅଭିଯୋଗକାରୀ ଏନେଇ ପୂର୍ବରୁ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସ ତା’ର ଯୋଜନା ପ୍ରକାରେ ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ସମୟରେ ଧରିଥିଲା।

ଅଭିଯୋଗକାରୀ ଗତ ଜୁଲାଇ ୨୧ ତାରିଖରେ ପୁଷ୍ପଲତା ରାଉତରାୟଙ୍କୁ ୮୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ପୁଷ୍ପଲତା ଟଙ୍କା ନେବାକୁ ମନା କରି ଦେଇଥିଲେ। ସେ ପୂରା ଲକ୍ଷେ ଟଙ୍କା ନେବେ ବୋଲି କହିଥିଲେ। ତେଣୁ ତା’ପରଦିନ ଅର୍ଥାତ୍ ଜୁଲାଇ ୨୨ ତାରିଖରେ ଅଭିଯୋଗକାରୀ ପୂରା ଲକ୍ଷେ ଟଙ୍କା ନେଇ ଆସିଥିଲେ। ହରଭଙ୍ଗା ଥାନାର ତତ୍‌କାଳୀନ ଆଇଆଇସି ପୁଷ୍ପଲତା ରାଉତରାୟ ସେହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Advertisment
Odisha Police Bribe Lady Inspector Vigilance Net Vigilance