Advertisment

ବ୍ୟବସାୟୀଙ୍କୁ ପୂର୍ବତନ କନଷ୍ଟେବଳଙ୍କ ହତ୍ୟା, ଦୃଶ୍ୟମ୍ ସିନେମା ଦେଖି ରଚିଥିଲେ ଷଡଯନ୍ତ୍ର

ଅଜୟ ଦେବଗନଙ୍କ ଦୃଶ୍ୟମ୍ ସିନେମା ଦେଖିବା ପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ।

Police Van

Police Van

Advertisment

ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ପୂର୍ବତନ କନଷ୍ଟେବଳ। ଫ୍ଲାଟ୍ କିଣାବିକାକୁ ନେଇ ବିବାଦ ମଧ୍ୟରେ ପୂର୍ବତନ କନଷ୍ଟେବଳ ଜଣକ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅଜୟ ଦେବଗନଙ୍କ ଦୃଶ୍ୟମ୍ ସିନେମା ଦେଖିବା ପରେ ଅଭିଯୁକ୍ତ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ପୁଲିସ କହିଛି।

Advertisment

ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ପ୍ରବୀଣ ଏବଂ ମୃତ ବ୍ୟବସାୟୀ ଅଙ୍କୁଷ ଶର୍ମାଙ୍କ ମଧ୍ୟରେ ଫ୍ଲାଟ୍ କିଣାବିକାକୁ ନେଇ ଡିଲ୍ ହୋଇଥିଲା। ଦିଲ୍ଲୀର ଗ୍ରେଟର ନୋଏଡାରେ ଥିବା ଏକ ଫ୍ଲାଟକୁ ଅଙ୍କୁଷ ପ୍ରବୀଣଙ୍କୁ ଏକ କୋଟି 20 ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚୁକ୍ତି କରିଥିଲେ। ପ୍ରବୀଣ ଶର୍ମାଙ୍କୁ 8 ଲକ୍ଷ ଟଙ୍କା ଦେବା ପରେ ଦଲିଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଶର୍ମା ଜାଣିବାକୁ ପାଇଥିଲେ ଯେ, ଏହି ଅଞ୍ଚଳରେ ଫ୍ଲାଟର ମୂଲ୍ୟ ଚୁକ୍ତି ହୋଇଥିବା ଟଙ୍କାଠାରୁ ବହୁ ଗୁଣା ଅଧିକ। ତେଣୁ ସେ ଏହାକୁ ନେଇ ଅସନ୍ତୁଷ୍ଟ ରହିବା ସହ ପ୍ରବୀଣଙ୍କୁ ଜଣାଇଥିଲେ। ଫଳରେ ଆଉ ଫ୍ଲାଟ୍ ନ ମିଳିବା ଭୟ ପ୍ରବୀଣଙ୍କୁ ଘାରିଥିଲ। ତେଣୁ ସେ ଅଙ୍କୁଷ ଶର୍ମାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ।

Advertisment

ଅଜୟ ଦେବଗନ ଏବଂ ତବୁଙ୍କ ଅଭିନୀତ ଦୃଶ୍ୟମ ସହ ଅନ୍ୟ କେତେକ କ୍ରାଇମ୍ ୱେବସିରିଜ୍ ଦେଖିବା ପରେ ଅଙ୍କୁଷଙ୍କୁ ଜୀବନରୁ ମାରି ଦେବାକୁ ଯୋଜନା କରିଥିଲେ ପ୍ରବୀଣ। ପ୍ରାୟ ଗୋଟିଏ ସପ୍ତାହ ଧରି ଯୋଜନା କରିବା ପରେ ଅଗଷ୍ଟ 9ରେ ଫ୍ଲାଟ୍ ପାଇଁ ଟଙ୍କା ଦେବେ ବୋଲି କହି ଶର୍ମାଙ୍କୁ ଡକାଇଥିଲେ।

ଉଭୟ ଏକ ସ୍ଥାନରେ କଥାବାର୍ତ୍ତା ହେବା ପରେ ମଦ୍ୟ ପିଇବାକୁ ଯୋଜନା କରିଥିଲେ ଏବଂ ଏକ ପରିତ୍ୟକ୍ତ ସ୍ଥାନକୁ ଯାଇ ସେଠାରେ ମଦ ପିଇଥିଲେ। ଏହି ସମୟରେ ପ୍ରବୀଣ ଅଙ୍କୁଷଙ୍କ ମୁଣ୍ଡକୁ ହାତୁଡିରେ ଶକ୍ତ ପ୍ରହାର ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ସେହି ସ୍ଥାନରେ ହିଁ ଲୁଚାଇ ରଖିଥିଲେ।

ସେପଟେ 9 ତାରିଖରେ ଅଙ୍କୁଷ ଘରକୁ ନ ଫେରିବାରୁ ପରିବାର ଲୋକେ ନିଖୋଜ ମାମଲା ରୁଜୁ କରିଥିଲେ। ପୁଲିସ ପାଖାପାଖି 15 ଦିନ ଧରି ତଦନ୍ତ କରିବା ପରେ ଶେଷରେ ଅଭିଯୁକ୍ତଙ୍କ ଟେର୍ ପାଇଛି। ପ୍ରାୟ 100ଟି ସ୍ଥାନର ସିସିଟିଭି ଫୁଟେଜକୁ ଯାଞ୍ଚ କରି ପ୍ରବୀଣଙ୍କୁ ପଚରା ଉଚରା କରିଥିଲା ପୁଲିସ। ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତଦେହ ଓ ହାତୁଡି ଜବତ କରି ଅଧିକ ତଦନ୍ତ କରୁଛି। 

Crime Murder Delhi Police Noida Drishyam Noida Businessman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe