Advertisment

ଭିନ୍ନ ଧର୍ମର ସମ୍ପର୍କୀୟ ଭାଇ-ଭଉଣୀଙ୍କୁ ବି ଛାଡ଼ିଲେନି, ଏକାଠି ବସିଥିବାରୁ ପ୍ରବଳ ପିଟିଲେ

ସେମାନେ ଭିନ୍ନ ଧର୍ମର ହୋଇଥିବା ବେଳେ କାହିଁକି ଏକାଠି ବସିଛନ୍ତି ବୋଲି ଆକ୍ରମଣକାରୀମାନେ ପ୍ରଶ୍ନ କରି ପାଇପ ଓ ଲୁହା ରଡରେ ଉଭୟଙ୍କୁ ପଟିଛନ୍ତି।

Attack

Attack

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ହ୍ରଦ ନିକଟରେ ଏକାଠି ବସିଥିବା ଦୁଇ ଭିନ୍ନ ଧର୍ମର ସମ୍ପର୍କୀୟ ଭାଇ ଭଉଣୀଙ୍କୁ ପ୍ରବଳ ପିଟିଛନ୍ତି ୧୭ ଜଣ ଲୋକ।

Advertisment

ସେମାନେ ଭିନ୍ନ ଧର୍ମର ହୋଇଥିବା ବେଳେ କାହିଁକି ଏକାଠି ବସିଛନ୍ତି ବୋଲି ଆକ୍ରମଣକାରୀମାନେ ପ୍ରଶ୍ନ କରି ପାଇପ ଓ ଲୁହା ରଡରେ ଉଭୟଙ୍କୁ ପଟିଛନ୍ତି। ପ୍ରାୟ ୫ ଘଣ୍ଟା ଧରି ହୋଇଥିବା ମାଡ଼ରେ ଗୁରୁତର ହୋଇଥିବା ଯୁବକ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସହ ଥିବା ଯୁବତୀ ଜଣଙ୍କ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କର୍ଣ୍ଣାଟକାର ବେଲାଗାଭି ଠାରେ ଏହି ଘଟଣା ଘଟିଛି।

ଯୁବକ ଓ ଯୁବତୀ ଜଣଙ୍କ ଏକାଠି ଗୋଟିଏ ସରକାରୀ ଯୋଜନା ପାଇଁ ଆବେଦନ କରିବାକୁ ଯାଇଥିଲେ। କିନ୍ତୁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ମାଡ଼ ମରାଯାଇଛି। ସେମାନଙ୍କ ପରିବାର ଲୋକ ଉଦ୍ଧାର କରିବାକୁ ଆସିବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥରୁ ଚମ୍ପଟ ମାରିଥିଲେ। ସମସ୍ତ ଅଭିଯୁକ୍ତ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର। ପୁଲିସ୍‌ କହିଛି ଯେ ୯ ଜଣ ଅଭିଯୁକ୍ତଙ୍କୁ ଧରା ଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ।

Advertisment

ଶନିବାର ଦିନ ପ୍ରାୟ ୧.୩୦ରେ ବେଲାଗାଭିରେ ଥିବା କିଲ୍ଲା ଲେକ ନିକଟରେ ଦୁଇ ସମ୍ପର୍କୀୟ ଭାଇ ଭଉଣୀ ଏକାଠି ବସିଥିଲେ। ଏହି ସମୟରେ ପ୍ରାୟ ୮ ଜଣ ଯୁବକ ସେଠାରେ ପହଞ୍ଚି ସେମାନଙ୍କୁ ନାଁ ପଚାରିଥିଲେ। ସେମାନେ ଭିନ୍ନ ଧର୍ମର ବୋଲି ଜଣାପଡ଼ିବା ପରେ ଯୁବକମାନେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିବାକୁ ଆରମ୍ଭ କରିଥିଲେ। ଯୁବକ ଜଣଙ୍କ କାହିଁକି ଉକ୍ତ ଭିନ୍ନ ଧର୍ମର ଯୁବତୀଙ୍କ ପାଖରେ ବସିଛନ୍ତି ବୋଲି ଆକ୍ରମଣକାରୀମାନେ ପ୍ରଶ୍ନ କରିଥିଲେ।

ଆକ୍ରମଣକାରୀମାନେ ଯୁବକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲେ। ଏସବୁ ଭିତରେ ଆଉ କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଯୁବତୀଙ୍କୁ ନିକଟସ୍ଥ ରୁମକୁ ନେଇ ଯାଇଥିଲେ। ଏହାପରେ ଯୁବକ ଜଣଙ୍କୁ ଘଣ୍ଟା ଘଣ୍ଟା ଧରି ପିଟିବାରେ ଲାଗିଥିଲେ। ସେମାନେ ପ୍ରାୟ ୬.୩୦ ଯାଏ ଯୁବକଙ୍କୁ ପିଟି ଚାଲିଥିଲେ। ଯୁବତୀଙ୍କୁ ମଧ୍ୟ ସେମାନେ ମାଡ଼ ମାରିଛନ୍ତି।

ପୀଡ଼ିତ ଜଣଙ୍କ କହିଛନ୍ତି, “ସେମାନେ ଆମକୁ ପଚାରିଥିଲେ ଯେ ଦୁଇ ଧର୍ମର ଲୋକ କାହିଁକି ଏକାଠି ବସିଛ? ମୁଁ ସେମାନଙ୍କୁ କହିଥିଲି ଯେ ଯୁବତୀ ଜଣଙ୍କ ମୋ ନିଜ ଆଣ୍ଟିଙ୍କ ଝିଅ। ଆମେ ସମ୍ପର୍କୀୟ ଭାଇ ଭଉଣୀ। ତେବେ ସେମାନେ କିଛି ନ ବୁଝି ଆମ ଫୋନ ନେଇ ଯାଇଥିଲେ। ଆମ ପାଖରେ ଥିବା ମୋଟ ୭ ହଜାର ଟଙ୍କା ମଧ୍ୟ ଛଡ଼ାଇ ନେଇଥିଲେ।” ଯୁବତୀ ଜଣଙ୍କ ବାପା ମା’ ଭିନ୍ନ ଭିନ୍ନ ସଂପ୍ରଦାୟର।

ଯୁବକ ଜଣଙ୍କ ଅନୁସୂଚିତ ଜାତି ସଂପ୍ରଦାୟର ହୋଇଥିପାରୁ ପୁଲିସ୍‌ ଏହାକୁ ଆଧାର କରି ମାମଲା କରିଛି। ଏଥିସହ ୯ ଜଣଙ୍କୁ ଗିରଫ କରିଛି।

Karnataka Inter Faith
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe