Advertisment

ବଲାଙ୍ଗିର ପୁଲିସକୁ ବଡ଼ ସଫଳତା; ୬ କୁଖ୍ୟାତ ଏଟିଏମ୍‌ ଲୁଟେରା ଗିରଫ

ଆଜି ବଲାଙ୍ଗିର ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟେରାଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

author-image
Manoj Swain

ବଲାଙ୍ଗିର ପୁଲିସକୁ ବଡ଼ ଧରଣର ସଫଳତା। କୁଖ୍ୟାତ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ବଲାଙ୍ଗିର ପୁଲିସ। ୧୬ ତାରିଖ ରାତିରେ ପାଟଣାଗଡ଼ ଥାନା ସଦରମୁହାଣ ଏସବିଆଇ, ଏଟିଏମ ଲୁଟ ହୋଇଥିଲା। ଲୁଟେରାଙ୍କୁ ଧରିବା ପାଇଁ ବଲାଙ୍ଗିର ପୁଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା। ଆଜି ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟେରାଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

Advertisment
Loot Balangir Odisha Police