Advertisment

ମଦୁଆ ଇଞ୍ଜିନିୟର ସ୍ୱାମୀଙ୍କୁ ବେଲଣା କାଠିରେ ପିଟି ମାରିଦେଲା ସ୍ତ୍ରୀ

ଭାସ୍କର ବିବାହିତ ହୋଇଥିଲେ ହେଁ ୨ ମାସ ହେଲା ତାଙ୍କ ଘରୋଇ ସହାୟିକାଙ୍କ ସହ ଅନୈତିକ ସମ୍ପର୍କ ଯୋଗୁ ପରିବାର ଠାରୁ ଦୂରରେ ରହୁଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Killed

Killed

ଦକ୍ଷିଣ ବେଙ୍ଗାଲୁରୁର ସୁଦ୍ଦାଗୁଣ୍ଟେପଲୟାରେ ଜଣେ ୪୨ ବର୍ଷୀୟ ସିଭିଲ ଇଞ୍ଜିନିୟରଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଛନ୍ତି। ମଦ ପିଇ ଥିବା ସ୍ୱାମୀଙ୍କୁ ବେଲଣା କାଠିରେ ପିଟି ମାରି ଦେଇଛନ୍ତି ସ୍ତ୍ରୀ। ଜୁନ ୨୭ରେ ସିଭିଲ ଇଞ୍ଜିନିୟର ଭାସ୍କର ପ୍ରବଳ ମଦ ପିଇ ମଧ୍ୟରାତ୍ର ବେଳକୁ ଭବାନୀ ନଗର ସ୍ଥିତ ଘରକୁ ଫେରିଥିଲେ।

Advertisment

ଭାସ୍କର ବିବାହିତ ହୋଇଥିଲେ ହେଁ ୨ ମାସ ହେଲା ତାଙ୍କ ଘରୋଇ ସହାୟିକାଙ୍କ ସହ ଅନୈତିକ ସମ୍ପର୍କ ଯୋଗୁ ପରିବାର ଠାରୁ ଦୂରରେ ରହୁଥିଲେ। ଘଟଣା ଦିନ ରାତିରେ ଭାସ୍କର ମଦ ପିଇ ଘରକୁ ନିଜର କାର ନେବାକୁ ଆସିଥିଲେ। ଏହି ସମୟରେ ତାଙ୍କର ଦେଖା ୩୩ ବର୍ଷୀୟ ପତ୍ନୀ ଶ୍ରୁତିଙ୍କ ସହ ହୋଇଥିଲା।

ଭାସ୍କର ନିଶାରେ ଥିବା ବେଳେ ଠିକ ଭାବେ ଚାଲି ପାରୁ ନଥିଲେ। ତେଣୁ ଗାଡ଼ି ନେଇ ଯିବାକୁ ଶ୍ରୁତି ତାଙ୍କୁ ବାରଣ କରିଥିଲେ। ଏବେ ନୁହେଁ ସକାଳେ ଯିବାକୁ ସେ ପରାମର୍ଶ ଦେଇଥିଲେ। ହେଲେ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଭାସ୍କର ପତ୍ନୀଙ୍କୁ ଗାଳି କରିବା ସହ ମାଡ଼ ମାରିଥିଲେ।

Advertisment

ନିଜକୁ ରକ୍ଷା କରିବାକୁ ଯାଇ ଶ୍ରୁତି ପାଖରେ ପଡ଼ିଥିବା ବେଲଣା କାଠିରେ ଭାସ୍କରକୁ ମାଡ଼ ମାରିଥିଲେ। ଭାସ୍କର ଚୁପ ହୋଇ ସିଧା ତଳେ ପଡ଼ି ଯାଇଥିଲେ। ଶ୍ରୁତି ଭାବିଥିଲେ ଯେ ମଦ ନିଶାରେ ଭାସ୍କର ଶୋଇ ପଡ଼ିଲେ। କିନ୍ତୁ ସକାଳୁ ଯେତେବେଳେ ସେ ଓ ତାଙ୍କର ଦୁଇ ଝିଅ ଭାସ୍କରଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ତାଙ୍କ ପାଖରୁ କୌଣସି ଉତ୍ତର ମିଳି ନଥିଲା।

ପ୍ରାଥମିକ ଅବସ୍ଥାରେ ଶ୍ରୁତି ପୁଲିସ୍‌କୁ କହିଥିଲେ ଯେ ଭାସ୍କର ପୂର୍ବ ରାତିରେ ବାଥରୁମରେ ପଡ଼ି ଯାଇଥିଲେ। କିନ୍ତୁ ପୁଲିସ୍‌ ଏଥିରେ ସନ୍ତୁଷ୍ଟ ହୋଇ ନଥିଲା ଓ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଭାସ୍କରଙ୍କ ମୃତ୍ୟୁ ଆଘାତ ଜନିତ ବୋଲି ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ଶ୍ରୁତିଙ୍କୁ ଜେରା କରିବାରୁ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲେ।

ଭାସ୍କରଙ୍କ କୌଣସି ଘନିଷ୍ଠ ସମ୍ପର୍କୀୟ ନାହାନ୍ତି। ତାଙ୍କ ବାପା ମା’ଙ୍କ ଦେହାନ୍ତ ହୋଇ ସାରିଥିବା ବେଳେ ତାଙ୍କର କୌଣସି ଭାଇ ଭଉଣୀ ନାହାନ୍ତି। ଶ୍ରୁତି ହେଉଛନ୍ତି ଭାସ୍କରଙ୍କ ଦ୍ୱିତୀୟ ପତ୍ନୀ। ପ୍ରଥମ ପତ୍ନୀଙ୍କୁ ଭାସ୍କର ବାହାଘରର ୨ ମାସ ପରେ ଛାଡ଼ ପତ୍ର ଦେଇଥିଲେ।

Murder Bengaluru