Advertisment

ଝାରପଡ଼ା ଜେଲ୍‌ରେ ବନ୍ଦୀଙ୍କୁ ଆକ୍ରମଣ ଘଟଣା: ଆରମ୍ଭ ହେବ ତଦନ୍ତ

ଏହି ଘଟଣାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର। କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନା ଏହି ମାମଲାର ତଦନ୍ତ କରିବେ।

Attack

Attack

Advertisment

ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଜେଲ୍‌ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜେଲ୍‌ର କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର। କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନା ଏହି ମାମଲାର ତଦନ୍ତ କରିବେ।

Advertisment

କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଝାରପଡ଼ା ଜେଲ୍‌ ଯାଇ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଡିଆଇଜି ଅନୁସୟା ଜେନା।ଜେଲର ଗୁମର ଫିଟାଇବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।

ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଥିବା ସୌମ୍ୟକାନ୍ତ ମହାନ୍ତି କିଛି ଦିନ ତଳେ ଭୁବନେଶ୍ୱର ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣ(DLSA)ଙ୍କୁ ଚିଠି ଲେଖି ଜେଲ୍‌ ଭିତରର ଗୁମର ଜଣାଇଥିଲେ। ଯେଉଁଥିରେ ଲେଖା ରହିଥିଲା ଯେ ଜେଲ୍‌ ଭିତରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାଛଡ଼ା ଉନ୍ନତ ଧରଣର ରହିବା ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ୫୦୦୦୦ ଟଙ୍କା, ଟେଲିଫୋନ୍‌ ପାଇଁ ୫୦୦୦ ଟଙ୍କା, ମୁଲାକାତ ପାଇଁ ମାସକୁ ୧୦ ହଜାର, ରୁମ୍‌ରେ କୁଲର ଓ ଭଲ ଖାଇବା ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ୁଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଥିଲେ।

Advertisment

ଚିଠି ମିଳିବା ପରେ ଗତ ଶନିବାର DLSA ଅଚାନକ ଜେଲ୍‌ରେ ଚଢ଼ଉ କରି ମୋବାଇଲ ଓ ନିଶା ଦ୍ରବ୍ୟ ଜବତ କରି ଲକ୍ଷ୍ମୀସାଗର ଥାନା ଜିମା ଦେଇଥିଲେ। DLSA ଚଢ଼ଉର ଗୋଟିଏ ଦିନ ପରେ ଅର୍ଥାତ ଗତକାଲି ସୌମ୍ୟକାନ୍ତଙ୍କ ଉପରେ ଆକ୍ରମଣ ହୋଇଛି। ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ସହଯୋଗୀମାନେ ସୌମ୍ୟକାନ୍ତଙ୍କୁ ଆକ୍ରମଣ କରିଥିବା ସୌମ୍ୟ ଅଭିଯୋଗ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣାର ଖୋଳତାଡ଼ ପାଇଁ ତଥା ଜେଲ୍‌ର କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର।

Bhubaneswar Jharapada Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe