Advertisment

ଡିଜିଟାଲ ଆରେଷ୍ଟ ଫାଶରେ କି ଓଡ଼ିଶା ?

ସାଇବର ଲୁଟେରାଙ୍କ ଠକେଇର ନୂଆ ତରିକା ଡିଜିଟାଲ ଆରେଷ୍ଟ। ଅନଲାଇନରେ ବଡ଼ ବଡ଼ ଅଫିସରଙ୍କୁ ବୋକା ବନାଇ ଲୁଟୁଛନ୍ତି କୋଟି କୋଟି ଟଙ୍କା।

author-image
Biswajit Samal
cyber attack

cyber attack

ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ? ନିକଟରେ କିଛି ଉଚ୍ଛ ପଦସ୍ତ ଅଧିକାରୀ ସାଇବର ଅପରାଧୀଙ୍କ ଜାଲରେ ଫସି ମୋଟା ଅଙ୍କରେ ଲୁଟର ଶିକାର ଅଭିଯୋଗ ପରେ ଏ ଘଟଣା ସାମ୍ନାକୁ ଆସିଛି। ଗତକାଲି କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଦିଲ୍ଲୀରୁ ୨ ନାଇଜେରୀୟଙ୍କୁ ଗିରଫ କରି ଓଡ଼ିଶା ଆଣିବା ପରେ ଆମ ରାଜ୍ୟରେ ବି ଡିଜିଟାଲ ଆରେଷ୍ଟ ତରିକାର ନେଟୱାର୍କ ବଢୁଥିବା ନେଇ ଚର୍ଚ୍ଚା ହେଉଛି।

Advertisment

ସାଇବର ଲୁଟେରାଙ୍କ ଠକେଇର ନୂଆ ତରିକା ଡିଜିଟାଲ ଆରେଷ୍ଟ। ଅନଲାଇନରେ ବଡ଼ ବଡ଼ ଅଫିସରଙ୍କୁ ବୋକା ବନାଇ ଲୁଟୁଛନ୍ତି କୋଟି କୋଟି ଟଙ୍କା। ଗଲା କିଛି ମାସ ଭିତରେ ଓଡ଼ିଶାରେ ବି କାୟା ବିସ୍ତାର କଲାଣି ଡିଜିଟାଲ ଆରେଷ୍ଟ ତରିକାର ବଡ଼ ନେଟୱାର୍କ। ଡିସେମ୍ବର ୨୦୨୩ରେ ରାଜ୍ୟର ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏସ ଅଧିକାରୀଙ୍କଠାରୁ ଲୁଟ୍ ହୋଇଥିଲା ଅଢେଇ କୋଟିରୁ ଅଧିକ ଟଙ୍କା। ପରେ ମେ ୨୦୨୪ରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସାଇବର ଲୁଟେରା ଠକି ନେଇଥିଲେ ୩୦ ଲକ୍ଷ। ଏ ନେଇ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ ପରେ ପୂର୍ବତନ ଆଇଏଏସଙ୍କୁ ଲୁଟ୍ ଘଟଣାର ପ୍ରାୟ ୭ ମାସ ପରେ ଲୁଟେରାଙ୍କ ପାଖରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ପୁଲିସ। ଗତକାଲି ଦିଲ୍ଲୀରୁ ଦୁଇ ନାଇଜେରୀୟ ନାଗରିକଙ୍କ ସହ ମୋଟ୍ ୩ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ୍ ପୁଲିସ।

ସେହିଭଳି ଦ୍ୱିତୀୟ ଘଟଣାରେ ୫ ଅନ୍ତର୍ଜାତୀୟ ଲୁଟେରାଙ୍କୁ ଜୁନ୍ ୧୮ରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏ ଦୁଇଟି ଯାକ ହାଇପ୍ରୋଫାଇଲ୍ ଲୁଟ୍ ମାମଲା ସାମ୍ନାକୁ ଆସିବା ପରେ ଏବେ ଓଡ଼ିଶାରେ ଯେ ଡିଜିଟାଲ ଆରେଷ୍ଟ ଲୁଟ୍ ତରିକାର ଜାଲ ବିଛା ସରିଛି, ସେ କଥା ସ୍ପଷ୍ଟ। ତେଣୁ ବଡ଼ ବଡ଼ ଅଫିସରଙ୍କୁ ବିଭିନ୍ନ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଶରତ ଚନ୍ଦ୍ର ସାହୁ ପୁଲିସ ଅଧିକାରୀ।

Advertisment

କଣ ଏହି ଡିଜିଟାଲ ଆରେଷ୍ଟ? କେଉଁ ଉପାୟରେ ବଡ଼ ବଡ଼ିଆଙ୍କଠାରୁ ମୋଟା ଅଙ୍କର ଲୁଟ୍ କରୁଛନ୍ତି ସାଇବର ଲୁଟେରା ? ବିଶଷଜ୍ଞଙ୍କ ମତରେ ଡାକ୍ତର, ବ୍ୟାଙ୍କର, ଉଚ୍ଚ ପଦପଦବୀରେ ଥିବା ଅଧିକାରୀଙ୍କୁ ଭୟ ଦେଖାଇ ଲୁଟେରା କରୁଛନ୍ତି ଡିଜିଟାଲ ଆରେଷ୍ଟ। ସାଇବର ଅପରାଧୀ ନିଜକୁ ସିବିଆଇ, ଆରବିଆଇ ଓ କ୍ରାଇମବ୍ରାଞ୍ଚ ଅଧିକାରୀ କହି ଭିଡିଓ କଲ ମାଧ୍ୟମରେ ଜେରା କରନ୍ତି। ଆଉ ଜେରା ବାହାନାରେ ହାସଲ କରି ନିଅନ୍ତି ବ୍ୟାଙ୍କ ଆକାଉଣ୍ଟର ସବୁ ତଥ୍ୟ। ପରେ ଆଧାର କିମ୍ବା ପ୍ୟାନ କାର୍ଡର ତଥ୍ୟ ନେଇ ଅତି ସହଜରେ ଆକାଉଣ୍ଟ ଖାଲି କରି ନିଅନ୍ତି।

Cyber Crime Cyber Fraud Cyber Loot