ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଲଉଡ଼ି ଗାଁ ସ୍ଥିତ ଆଇଜରରୁ ଆଜି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସମୟ ସତ୍ୟ ମକର ମୁର୍ମୁ (୧୮)। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ଡୁମାଡିହି ଗାଁରେ।
ଆଇଜରର ମୁଖ୍ୟ କ୍ୟାମ୍ପସ ସ୍ଥିତ ହଷ୍ଟେଲ ବିଏଚ-୧ର ୭ମ ମହଲା ସ୍ଥିତ ସମୟ ସତ୍ୟ ମକର ମୁର୍ମୁଙ୍କ ରୁମ୍ରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ସେ ଏହି ବର୍ଷ ବିଏସସି-ଏମଏସସି ଇଣ୍ଟିଗ୍ରେଟେଡ୍ କୋର୍ସରେ ନାମ ଲେଖାଇଥିଲେ। ଗତ କିଛି ଦିନ ହେଲା ସେ ହଷ୍ଟେଲ କୁ ଆସିଥିଲେ। ଆଜି କ୍ଲାସକୁ ନ ଯାଇ ରୁମ୍ରେ ଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ ହଷ୍ଟେଲର ଅନ୍ୟ ଛାତ୍ରମାନେ। ଡାକ୍ତରଖାନା ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇସସାରିଥିଲା।
Also Read
କେମିତି ତାଙ୍କ ମୃତ୍ୟୁ ଘଟିଲା, ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଥିଲା, ତାହା ତଦନ୍ତ ପରେ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।
Crime
ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍ପେନ୍ସ
ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।