Advertisment

ଆଇଜର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗତ କିଛି ଦିନ ହେଲା ସେ ହଷ୍ଟେଲ କୁ ଆସିଥିଲେ।

Dead Boy

Dead Boy

Advertisment

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଲଉଡ଼ି ଗାଁ ସ୍ଥିତ ଆଇଜରରୁ ଆଜି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସମୟ ସତ୍ୟ ମକର ମୁର୍ମୁ (୧୮)। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ଡୁମାଡିହି ଗାଁରେ। 

Advertisment

ଆଇଜରର ମୁଖ୍ୟ କ୍ୟାମ୍ପସ ସ୍ଥିତ ହଷ୍ଟେଲ ବିଏଚ-୧ର ୭ମ ମହଲା ସ୍ଥିତ ସମୟ ସତ୍ୟ ମକର ମୁର୍ମୁଙ୍କ ରୁମ୍‌ରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ସେ ଏହି ବର୍ଷ ବିଏସସି-ଏମଏସସି ଇଣ୍ଟିଗ୍ରେଟେଡ୍ କୋର୍ସରେ ନାମ ଲେଖାଇଥିଲେ। ଗତ କିଛି ଦିନ ହେଲା ସେ ହଷ୍ଟେଲ କୁ ଆସିଥିଲେ। ଆଜି କ୍ଲାସକୁ ନ ଯାଇ ରୁମ୍‌ରେ ଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ ହଷ୍ଟେଲର ଅନ୍ୟ ଛାତ୍ରମାନେ। ଡାକ୍ତରଖାନା ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇସସାରିଥିଲା।

କେମିତି ତାଙ୍କ ମୃତ୍ୟୁ ଘଟିଲା, ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଥିଲା, ତାହା ତଦନ୍ତ ପରେ ଜଣାପଡ଼ିବ।

Advertisment
Murder Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe