ଇସ୍ରାଏଲ୍ ଯୁଦ୍ଧର ଇମ୍ପାକ୍ଟ; ଅଶୋଧିତ ତୈଳ ବ୍ୟାରେଲ୍ ୩ ଡଲାର୍ ବଢ଼ିଲା

ଇସ୍ରାଏଲ୍- ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧର ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ିପାରେ । ଏଭଳି କିଛି ଆକଳନ କରିଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ ।

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଲଢ଼େଇ ।

  • Published: Tuesday, 10 October 2023
  • , Updated: 10 October 2023, 08:48 AM IST

ଇସ୍ରାଏଲ୍- ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧର ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ିପାରେ । ଏଭଳି କିଛି ଆକଳନ କରିଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ ।

ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ତୈଳ ଓ ଗ୍ୟାସ୍ ଦର ଉପରେ ପ୍ରଭାବ ଦେଖିବାକୁ ମିଳିପାରେ । ଗତକାଲି ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୩ ଡଲାର୍ ବଢ଼ି ୧୦୦ ଡଲାରରେ ପହଞ୍ଚିଛିା ଯଦି ଏପରି ଯୁଦ୍ଧ ଚାଲୁଥାଏ ତାହେଲେ ଆହୁରି ଦର ୧୦ ପ୍ରତିଶତ ବଢ଼ିପାରେ ବୋଲି ଆକଳନ କରାଯାଉଛି।

ସେପଟେ ଭାରତ ସରକାର ଏଥିପ୍ରତି ବେଶ୍ ଯତ୍ନବାନ ଅଛନ୍ତିା ପୁରା ପ୍ରକ୍ରିୟା ଓ ବିଶ୍ୱ ବଜାର ଉପରେ ନଜର ରଖିଛନ୍ତି ଭାରତ ସରକାର। ଅଭିଜ୍ଞତା ସହ ଏହି ସ୍ଥିତିର ମୁକାବିଲା କରାଯିବ ବୋଲି କହିଛନ୍ତି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

ଇସ୍ରାଏଲ - ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଅଶୋଧିକ ତେଲ ଆମଦାନୀ କମିବାର ଆଶଙ୍କା ଦେଖାଦେଇଛି। ଏଥିଯୋଗୁ ଗତକାଲି ଅଶୋଧିତ ତେଳ ଦର ଗତକାଲି ୫% ବଢ଼ିଥିଲା । କିନ୍ତୁ ମଙ୍ଗଳବାର ଏହି ଦରରେ କୌଣସି ବୃଦ୍ଧି ହୋଇ ନାହିଁ। ଇସ୍ରାଏଲ- ହମାସ ଯୁଦ୍ଧ ଥମିବା ନାଁ ଧରୁ ନ ଥିବା ବେଳେ ଖୁବ୍‌ କମ୍‌ ଦିନରେ ଏହା ପୂରା ପଶ୍ଚିମ ଏସିଆକୁ ବ୍ୟାପିବାର ଆଶଙ୍କା ଦେଖାଦେଉଛି।

ଏନେଇ ଅର୍ଥଶାସ୍ତ୍ରୀ ମଦନ ଶବନୱିସ କହିଛନ୍ତି, ଯୁଦ୍ଧର ପ୍ରଭାବ ଯୋଗୁ ପ୍ରଥମେ ତେଲ ଦର ଉପରମୁହାଁ ହେବ । ଏହାପରେ ମୁଦ୍ରାସ୍ପିତୀ ଉପରେ ଏହାର ପ୍ରଭାବ ନଜର ଆସିବ । ଏପରି ଯୁଦ୍ଧ ସ୍ଥିତି ଲାଗି ରହିଲେ ସୁନା ଦର ବି ବଢ଼ିବାର ସମ୍ଭାବନା ଦେଖାଦେଇଛି।

ଭାରତରେ ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

Related story