Advertisment

ଶିଶୁଙ୍କ ଉପରେ ହମାସ୍‌ର ବର୍ବର ଆକ୍ରମଣ; କାହାର ମୁଣ୍ଡ ନାହିଁ ତ କାହା ଶରୀରରେ ଅସଂଖ୍ୟ କ୍ଷତ

ଇସ୍ରାଏଲ ଗସ୍ତରେ ଥିବା ଆମେରିକୀୟ ଅଧିକାରୀ ଆଣ୍ଟୋନୀ ବ୍ଲିନକେନ୍‌ଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏପରି କରୁଣ କାହାଣୀ ବୟାନ କରୁଥିବା ଫଟୋ ତାଙ୍କୁ ଦେଖାଇଥିବା ଜଣାଯାଇଛି।

War

War

Advertisment

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧରେ ବଳି ପଡ଼ୁଛନ୍ତି ନିରୀହ ଶିଶୁ। ଅମାନବୀୟ କାଣ୍ଡ ଘଟାଉଛନ୍ତି ହମାସ୍‌ ଆତଙ୍କବାଦୀ। ପାଲଟି ଯାଇଛନ୍ତି ଅମଣିଷ । ଜୀବନ କ’ଣ ଜାଣିବା ପୂର୍ବରୁ ଅତି ବର୍ବରତାର ସହ ତାଙ୍କୁ ହତ୍ୟା କରୁଛନ୍ତି ହମାସ ଆତଙ୍କବାଦୀ। କାହା ଶରୀରରୁ ମୁଣ୍ଡ ଅଲଗା ହୋଇଛି ତ କାହା ଶରୀରରୁ ଅତି ବୀଭତ୍ସ ଭାବ କ୍ଷତାକ୍ତ କରି ତା’ ଜୀବନ ନେଇଛନ୍ତି ସେମାନେ।

Advertisment

ଇସ୍ରାଏଲ ଗସ୍ତରେ ଥିବା ଆମେରିକୀୟ ଅଧିକାରୀ ଆଣ୍ଟୋନୀ ବ୍ଲିନକେନ୍‌ଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏପରି କରୁଣ କାହାଣୀ ବୟାନ କରୁଥିବା ଫଟୋ ତାଙ୍କୁ ଦେଖାଇଥିବା ଜଣାଯାଇଛି।

ଉକ୍ତ ଫଟୋରେ କେଉଁ ଶିଶୁର ମୁଣ୍ଡ ଅଲଗା ହୋଇ ଯାଇଛି ତ କାହାର କୁନି ଶରୀରରେ ରହିଛି ବର୍ବରତାର ଅସଂଖ୍ୟ ଚିହ୍ନ । ଏନେଇ ନେତାନ୍ୟାହୁଙ୍କ ଅଫିସ୍‌ ପକ୍ଷରୁ ଟ୍ୱିଟରରେ କିଛି ଫଟୋ ପୋଷ୍ଟ କରାଯାଇ ହମସାର ବର୍ବର କାଣ୍ଡକୁ ଦୁନିଆ ସମ୍ମୁଖକୁ ଅଣାଯାଇଛି। ଏଥିସହ କୁହାଯାଇଛି ହମାସ ହେଉଛି ଅମଣିଷ, ତା’ ପାଖେ ନାହିଁ ମାନବିକତାର ଗନ୍ଧ ।

Advertisment

ଇସ୍ରାଏଲ ସେନା ଦ୍ୱାରା ହମାସ ଆକ୍ରମଣର ଶିକାର ହୋଇ ସବୁ ଦିନ ପାଇଁ ଆଖି ବୁଜି ସାରିଥିବା ୪୦ ଶିଶୁଙ୍କ ଶରୀରକୁ ଉଦ୍ଧାର କରାଯାଇଛି। ଯୁଦ୍ଧର ଏପରି ଘୃଣ୍ୟ ଚିତ୍ର ପୂର୍ବରୁ କେହି ଦେଖି ନ ଥିବା ବେଳେ ଶିଶୁଙ୍କ ଉପରେ ଏପରି ଆକ୍ରମଣ କେଉଁଠି କେବେ ଘଟି ନ ଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।

ଶିଶୁଙ୍କ ଉପରେ ଏପରି ଆକ୍ରମଣ ବର୍ବର କାଣ୍ଡର ନମୁନା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ଗଣମାଧ୍ୟମକୁ କହିବା ସହ ଏଥିରେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ବାଇଡେନ ଏ ଯାବତ ଉକ୍ତ ଫଟୋ ଦେଖି ନ ଥିବା ବେଳେ ମିଡିଆ ରିପୋର୍ଟ ଆଧାରରେ ଏପରି କହିଥିବା ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

Israel-Palestine Conflict War Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe