/odisha-reporter/media/post_attachments/uploadimage/library/16_9/16_9_0/China_1697208815.jpg)
China
ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଚାଇନାରୁ ଆସିଛି ବଡ଼ ଖବର। ଚାଇନାରେ ଜଣେ ଇସ୍ରାଏଲ କୂଟନୀତିଜ୍ଞଙ୍କୁ ବିଚ୍ ରାସ୍ତାରେ ଛୁରା ମାଡ଼ କରାଯାଇଛି।
ଆକ୍ରମଣରେ କୂଟନୀତିଜ୍ଞ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଚାଇନାରେ ଅବସ୍ଥାପିତ ଇସ୍ରାଏଲ ଦୂତାବାସର ଜଣେ ଅଧିକାରୀ ଆଜି ମଧ୍ୟାହ୍ନରେ ଚାଲି ଚାଲି ଆସୁଥିଲେ। ଏହି ସମୟରେ ହଠାତ୍ ଜଣେ ମଧ୍ୟବୟସ୍କ ବ୍ୟକ୍ତି ହାତରେ ଛୁରୀ ଧରି ତାଙ୍କୁ ଆକ୍ରମଣ କରିଥିଲେ। ସେ ଆକ୍ରମଣରୁ ବର୍ତ୍ତିବାକୁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ତଳେ ପକାଇ ଛୁରୀ ଭୁଷି ଚାଲି ଥିଲେ।
ବିଚ ରାସ୍ତାରେ ଓ ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଥିଲେ ମଧ୍ୟ କେହି ବି ଏହାକୁ ରୋକିବାକୁ ଚେଷ୍ଟା କରି ନଥିଲେ। ବେଶ କିଛି ସମୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ସବୁ କିଛି ଥଣ୍ଡା ପଡ଼ିଥିଲେ। ଛୁରା ମାଡ଼ରେ ଗୁରୁତର ହୋଇଥିବା ଇସ୍ରାଏଲ ଦୂତାବାସର କର୍ମଚାରୀଙ୍କୁ ଏହାପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ କାହିଁକି ଏପରି ଆକ୍ରମଣ କରାଗଲା? ଇସ୍ରାଏଲ ଓ ହମାସ ଯୁଦ୍ଧ ସହ ଏହାର ଲିଙ୍କ ଅଛି କି ନାହିଁ, ସେକଥା ଜଣାପଡ଼ିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
