Advertisment

ADMOଙ୍କ ଚଗଲାମି; ମହିଳା ଡାକ୍ତରଙ୍କ ଗାଲ ଓ ପିଠିରେ ହାତ ମାରିଲେ!

ମହିଳା ଡାକ୍ତରଙ୍କ ଗାଲ ଓ ପିଠିରେ ADMO ହାତ ମାରୁଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି

author-image
Biswajit Samal
Doctor's

Doctor's

ସୁନ୍ଦରଗଡ଼ ADMOଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ମେଡିକାଲରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର। କଥା ହେବା ବାହାନାରେ ମହିଳା ଡାକ୍ତରଙ୍କ ଗାଲ ଓ ପିଠିରେ ADMO ହାତ ମାରୁଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

Advertisment

ଏଡିଏମଓ ପ୍ରକାଶ ବଳ ଅନେକ ସମୟରେ ମହିଳା ଡାକ୍ତରଙ୍କ ଗାଲରେ ଓ ପିଠିରେ ହାତ ମାରିଥିବା ଅଭିଯୋଗ ହୋଇଛି। ମହିଳା ଡାକ୍ତରଙ୍କ କହିବା କହିବା ଅନୁସାରେ ୨୦୨୨ରୁ ଏଡିଏମଓ ଏପରି କରିଆସୁଛନ୍ତି। ତେବେ ଏହି ନିଯ୍ୟାତନା ଅସହ୍ୟ ହେବାରୁ ଥାନା ଦ୍ୱାରସ୍ଥ ହୋଇଛି।

ମହିଳା ଡାକ୍ତରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏଡିଏମଓ ପ୍ରକାଶ ବଳ। ସେ କହିଛନ୍ତି କହିଛନ୍ତି, ଦାନ୍ତ ବିଭାଗରେ ୭ ଜଣ ଡାକ୍ତର ଅଛନ୍ତି। ତେଣୁ ଅଭିଯୋଗ କରିଥିବା ଡାକ୍ତରଙ୍କୁ ମାତୃ ଓ ଶିଶୁ ବିଭାଗକୁ ପଠାଯାଇଥିଲା। ସେଠାରେ ସେ କାମ ନ କରି କିଛି କର୍ମଚାରୀଙ୍କୁ ଏକଜୁଟ କରି ଏହି ମିଥ୍ୟା ଅଭିଯୋଗ ମୋ ନାଁରେ ଆଣିଛନ୍ତି।

Advertisment
Crime