Advertisment

ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ରେଡ୍‌, ଓଡ଼ିଶା ବାହାରେ ବି ଚଢ଼ାଉ

କେବଳ ଓଡ଼ିଶାରେ ନୁହେଁ, କୋଲକତା ସମେତ ରାଞ୍ଚିର ବିଭିନ୍ନ ସ୍ଥାନରେ ବି ଏକକାଳୀନ ଚଢ଼ାଉ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Boudh distilari

Boudh distilari

ଆୟକର ଫାଙ୍କି ଅଭିଯୋଗରେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ରେଡ୍‌ ହୋଇଛି।କେବଳ ଓଡ଼ିଶାରେ ନୁହେଁ, କୋଲକତା ସମେତ ରାଞ୍ଚିର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

Advertisment

୨୯ ଡିସେମ୍ବର ୨୦୦୮ରେ କୋଲକତାରେ ପଞ୍ଜିକୃତ ହୋଇଥିବା ଏହି କମ୍ପାନୀର ଓଡ଼ିଶାର ବିଭିନ୍ନ ଶାଖାରେ ବହୁ ବିଜନେସ୍ ରହିଛି। ଏହା ମୁଖ୍ୟତଃ ଏକ ମଦ ତିଆରି କାରଖାନା ବୋଲି ଜଣାଯାଇଛି। ଆୟଙ୍କର ଫାଙ୍କି ଅଭିଯୋଗରେ ଆଜି ସକାଳୁ ଏହି ଚଢ଼ାଉ ଆରମ୍ଭ କରାଯାଇଛି।

ଭୁବନେଶ୍ୱର ପଳାସପଲ୍ଲୀରେ ଥିବା କମ୍ପାନୀର କର୍ପୋରେଟ ଅଫିସ, ପୁରୁଣା ବିଏମସି ପଛ ପଟେ ଥିବା ଏକ ଘର, ଖୋର୍ଦ୍ଧାରେ ଥିବା ଫ୍ୟାକ୍ଟ୍ରିରେ ଚଢ଼ାଉ ଜାରି ରହିଛି।

Advertisment

ଏହି ଲିଙ୍କ୍‌ରେ ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ମଧ୍ୟ ରେଡ୍ କରାଯାଇଛି। ବଲାଙ୍ଗିରର ସୁତପଡ଼ାରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଭାଟି ଉପରେ ଆଜି ସକାଳୁ ଚଢ଼ାଉ ହୋଇଛି। ଆୟକର ବିଭାଗ ଟିମ୍‌ ଚଢ଼ାଉ କରିଥିବା ବେଳେ ସ୍ଥାନୀୟ ପୁଲିସ୍‌, ସିଆରପିଏଫ ଯବାନ ସେଠାରେ ମୁତୟନ ଅଛନ୍ତି। ସେଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।

ଟିଟିଲାଗଡ଼ର ଦୁଇ ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘର ଉପରେ ବି ଚଢ଼ାଉ ଜାରି ରହିଛି। ପ୍ରଥମେ ସଞ୍ଜୟ ସାହୁଙ୍କ ଘରକୁ ଆୟକର ଟିମ୍‌ ଯାଇଥିବା ବେଳେ ସେ ଘରେ ନ ଥିବା ଜଣାଯାଇଛି। ମାତ୍ର ତାଙ୍କ ଘରେ ଅନ୍ୟ ସଦସ୍ୟ ଥିବାରୁ ସେଠାରେ ଚଢ଼ାଉ ଚାଲିଥିବା ଜଣାଯାଇଛି। ଏହାବାଦ ଦୀପକ ସାହୁଙ୍କ ଘର ଉପରେ ଚଢ଼ାଉ ହୋଇଛି। ଦୀପକ ସାହୁଙ୍କ ମଦ ଭାଟି ବନ୍ଦ ରହିଛି। ତେଣୁ ଆୟକର ଚଢ଼ାଉ ନେଇ ସେମାନେ ଆଗୁଆ ସୂଚନା ପାଇଥିବା ନେଇ ଚର୍ଚ୍ଚା ହେଉଛି।

କମ୍ପାନୀ ସହ ଲିଙ୍କ ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ଅନ୍ୟ ସ୍ଥାନରେ ବି ଆୟକର ବିଭାଗର ଚଢଉ ହେଉଛି ।

ଓଡ଼ିଶା ବାହାରେ କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍‌ଡିଙ୍କ ଘରେ ରେଡ୍ ଚାଲିଛି। 

ଏକକାଳୀନ ଆୟକର ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସହ ସେମାନଙ୍କର କ’ଣ ଲିଙ୍କ ରହିଛି ତାହା ସ୍ପଷ୍ଟ ହୋଇନି।  

IT Raid Boudh