/odisha-reporter/media/post_attachments/uploadimage/library/16_9/16_9_0/IT_Raid_1705819748.jpg)
IT Raid
ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘର ସମେତ ବିଭିନ୍ନ ଠିକଣାରେ ଅ।ଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଆୟକର ବିଭାଗର ଚଢ଼ାଉ। ରାଜ୍ୟ ଭିତରେ ଓ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରାଉରକେଲାରେ ୭ଟି ଓ ସୁନ୍ଦରଗଡ଼ରେ ୨ଟି ସ୍ଥାନରେ ରେଡ୍ ହୋଇଛି। ରାଜଗାଙ୍ଗପୁରରେ ମଧ୍ୟ ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ। ରାଜ୍ୟ ବାହାରେ କୋଲକତା, ମୁମ୍ବାଇ ଏବଂ ଛତିଶଗଡ଼ର ରାୟଗଡ଼ ଓ ରାୟପୁରରେ ଥିବା ତାଙ୍କ ଘର, ଅଫିସ୍ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଜାରି ରହିଛି।
ଗତ ତିନି ଦିନର ଚଢାଉରେ କ’ଣ ମିଳିଲାଣି, ସେ ନେଇ ଆୟକର ବିଭାଗ କୌଣସି ସୂଚନା ଦେଇ ନଥିଲେ ମଧ୍ୟ ଘନଶ୍ୟାମଙ୍କ ଜଣ ସମ୍ପର୍କୀୟଙ୍କ ଘରୁ ପ୍ରାୟ ଅଢ଼େଇ କୋଟି ନଗଦ ଟଙ୍କା ସହିତ ୩ କେଜି ସୁନା ମିଳିଥିବା ଜଣାପଡ଼ିଛି। ସେହିଭଳଳି ସୁନ୍ଦରଗଡ଼ର ବିଲେଇମୁଣ୍ଡାରେ ଥିବା ତାଙ୍କ ଅଫିସରୁ ନଗଦ ୧ କୋଟି ଟଙ୍କା ସହିତ ଅନେକ କାଗଜପତ୍ର ମିଳିଥିବା ବିଶ୍ଵସ୍ତ ସୁତ୍ରରୁ ଜଣାପଡ଼ିଛି। ଘନଶ୍ୟାମଙ୍କ ପୁଅଙ୍କୁ ଏକ ସ୍ଥାନରେ ରଖାଯାଇ ଆୟକର ବିଭାଗ ଜେରା କରୁଥିବା ଜଣାପଡ଼ିଛି।
ମହାନଦୀ କୋଲ୍ଫିଲଡ୍ସ ଲିମିଟେଡ (ଏମସିଏଲ)ର କୋଇଲା ଖଣିରେ ଥିବା ଘନଶ୍ୟାମଙ୍କ କୋଇଲାର ପରିମାଣ ଯାଞ୍ଚ କରାଯାଇଛି। ଏପରିକି ଏମସିଏଲର ଜଣେ ଅଧିକାରୀଙ୍କୁ ମଧ୍ୟ ଅ।ୟକର ବିଭାଗର ଅଧିକାରୀ ମାନେ ପଚରାଉଚରା କରିଥିବା ଜଣାପଡ଼ିଛି।
ଏହି ଚଢ଼ାଉରେ ୧୫୦ରୁ ଅଧିକ ଅଧିକାରୀଙ୍କ ସହିତ ସିଆରପିଏଫ ଯବାନ ରହିଛନ୍ତି। ଲଗାତାର ୪ ଦିନ ଧରି ଏହି ଚଢ଼ାଉ ଚାଲିଥିବା ବେଳେ ଏକ ବଡ଼ଧରଣର ଟିକସ ଫାଙ୍କିର ସତ୍ୟତା ସାମ୍ନାକୁ ଅ।ସିବ ବୋଲି ଅନୁମାନ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
