Advertisment

ମହାଠକ ହଂସିତାଙ୍କ ଘରେ ପଶିଲା ଆୟକର ଟିମ୍‌, ୧୨ଟି ସ୍ଥାନରେ ରେଡ

ଆଜି ମହାଠକ ହଂସିତା ଅଭିଲିପ୍ସାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି ଆୟକର ଟିମ୍‌। ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ ।

author-image
Niharika Rout
Fraud

Fraud

ନର୍ଲାରୁ ଦିଲ୍ଲୀ ଓ ପରେ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଥିଲା ମହାଠକେଇର ମାୟାଜାଲ । ଅତି ଚତୁରତାର ସହ କୋଟି କୋଟି ଟଙ୍କାର ଚୁନା ଲଗାଉଥିଲେ । ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ରାଜଧାନୀର ଛାତି ଉପରେ ଅତି ଚତୁରତାର ସହ ଦୀର୍ଘ ଦିନ ହେଲା ରାକେଟ ଚଳାଇଥିବା ବଣ୍ଟି- ବବଲି ଯୋଡ଼ିଙ୍କୁ ବାନ୍ଧି ସାରିଛି ପୁଲିସ୍‌।

Advertisment

ବିନା ଲୋନ୍‌ରେ ଦାମୀ କାର୍‌ କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ହଂସିତା ଅଭିଲିପ୍ସା ଓ ତାଙ୍କ ପାର୍ଟନର ଅନୀଲ ମହାନ୍ତି । ଆଜି ମହାଠକ ହଂସିତା ଅଭିଲିପ୍ସାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି ଆୟକର ଟିମ୍‌। ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍‌ର ଖୋଳତାଡ଼ କରୁଛି ଆୟକର ଟିମ୍‌ ।

ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇ ନ ଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍‌ ଆପାର୍ଟମେଣ୍ଟରେ ରହୁଥିଲେ। ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ ମହାଲୁଟ୍‌।

Advertisment

ଏମାନେ କେଉଁଠି ମୁଖ୍ୟ ଶାସନ ସଚିବଙ୍କ ସହ ତ ଆଉ କେଉଁ ପୂର୍ବତନ CAG ଗିରୀଷ ମୁର୍ମୁଙ୍କ ସହିତ ଫଟୋ ଏଡିଟ୍‌ କରି ରଖିଛନ୍ତି। ସେହି ସବୁ ଫଟୋକୁ ଅସ୍ତ୍ର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଚୁନା ଲଗାଇ କୋଟି କୋଟି ଟଙ୍କା ଠୁଳ କରିଥିଲେ।

ଗତ ଜାନୁୟାରୀ ମାସରେ ଅନୀଲଙ୍କ ଜନ୍ମ ଦିନରେ ତାଙ୍କୁ ୪ କୋଟି ୩୦ ଲକ୍ଷ ଟଙ୍କାର କାର୍‌ ଗିଫ୍ଟ ଦେଇଥିଲେ ହଂସିତା । ଉକ୍ତ ଟଙ୍କାକୁ ସେ କ୍ୟାସ୍‌ ଆକାରରେ ଦେଇଥିଲେ। ଏହାକୁ ନେଇ ସେ ଆୟକର ବିଭାଗ ଓ କମିଶନରେଟ ପୁଲିସ୍‌ ନଜରକୁ ଚାଲି ଆସିଥିଲେ। ଏହାପରେ ପୁଲିସ୍‌ ଉଭୟଙ୍କୁ ବାନ୍ଧି ଜେଲ୍‌ରେ ଭର୍ତ୍ତି କରିବା ସହ ସେମାନଙ୍କ ଠକେଇ ଚେର କେତେ ଦୂର ଲମ୍ବିଛଇ ତାହାର ତଦନ୍ତ କରୁଛି। ଏପରିକି ଆଉ କିଏ କିଏ ଏହି ଠକେଇର ମାୟାଜାଲରେ ପଡ଼ିଛନ୍ତି ତାହାର ବି ତଦନ୍ତ କରୁଛି ପୁଲିସ୍‌।

Bhubaneswar Fraud IT Raid