Advertisment

ବିଜେଡି ନେତାଙ୍କ କୋଚିଂ ସେଣ୍ଟରରେ ଆଇଟି ରେଡ୍

ଗତବର୍ଷ ମଧ୍ୟ ବିଜେଡି ନେତାଙ୍କ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ କରାଯାଇଥିଲା।

ଅଦ୍ୟତନ ହୋଇଛି
IT Raid

IT Raid

Advertisment

ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ତଥା ବିଜେଡି ନେତା ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟର ଉପରେ ଆଜି ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଛାଟୋଇଙ୍କ କୋଚିଂ ସେଣ୍ଟର, ଭୁବନେଶ୍ୱର  ସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବା ସୂଚନା ରହିଛି। ଏହାସହ ଯାଜପୁରରେ ବି ସୁବ୍ରତଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ଭୋର ୪ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଛି। ଚଢ଼ାଉରେ ଆୟକର ବିଭାଗର ୧୦ଟି ଟିମ୍ ସାମିଲ ହୋଇଛନ୍ତି। 

Advertisment

ଗତବର୍ଷ ମଧ୍ୟ ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟରରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା। କୋଚିଂ ସେଣ୍ଟରର କେତେକ ଜିନିଷପତ୍ର ମଧ୍ୟ ସିଲ୍ କରାଯାଇଥିଲା। ଏହାସହ ସୁବ୍ରତ କୁମାର ଛାଟୋଇଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା କରାଯାଇଥିଲା। 

ତେବେ ଆଜି ଭୋର ପୁଣି କୋଚିଂ ସେଣ୍ଟର ଉପରେ ରେଡ୍‌ କରାଯାଇଛି। ତେବେ ଏହି ରେଡ୍‌ ନେଇ ସୁବ୍ରତ ଛାଟୋଇଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ସୂଚନାଯୋଗ୍ୟ, ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ହେଉଛନ୍ତି ସୁବ୍ରତ କୁମାର ଛାଟୋଇ। ଚଳିତ ନିର୍ବାଚନରେ ସେ ଟିକେଟ ରେସ୍‌ରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା। ତାଙ୍କୁ ଦଳ ଏଥର ଟିକେଟ ଦେବ ବୋଲି କୁହାଯାଉଥିଲା। 

BjD IT Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe