Advertisment

ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍; ୧୦ଟି ସ୍ଥାନ଼ରେ ଚଢ଼ାଉ

ଘନଶ୍ୟାମଙ୍କ ବଡ଼ ଭାଇଙ୍କର ରାଜଗାଙ୍ଗପୁରର ବରପାଲିଠାରେ ଥିବା ସ୍ପଞ୍ଜ କାରଖାନାରେ ଆଜି ମଧ୍ୟ ରେଡ୍ ଜାରି ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
income-tax

income-tax

ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି। ବ୍ୟବସାୟୀ ଘର ଓ ଶିଳ୍ପାନୁଷ୍ଠାନ ସହିତ ୧୦ଟି ସ୍ଥାନରେ ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ରେଡ୍ ହୋଇଛି। ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେଲାଣି ଏହି ରେଡ୍ ଚାଲିଛି।

Advertisment

ସୁନ୍ଦରଗଡ଼ ଗୋପାଲପୁରରେ ଥିବା ଘର ଓ ଫ୍ୟାକ୍ଟ୍ରି, ରାଉରକେଲା, ବରଗଡ଼ରେ ଥିବା ଅଫିସ ଏବଂ ଛତିଶଗଡ଼ର ରାୟଗଡ଼ରେ ଥିବା ଘର ଓ ରାୟପୁର ଓ ବିଳାସପୁରରେ ଥିବା ଘରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୧୦୦ରୁ ଅଧିକ ଆୟକର ଅଧିକାରୀ ସାମିଲ ହୋଇଛନ୍ତି।

ଘନଶ୍ୟାମଙ୍କ ବଡ଼ ଭାଇଙ୍କର ରାଜଗାଙ୍ଗପୁରର ବରପାଲିଠାରେ ଥିବା ସ୍ପଞ୍ଜ କାରଖାନାରେ ଆଜି ମଧ୍ୟ ରେଡ୍ ଜାରି ରହିଛି। ଘନଶ୍ୟାମ ଡାଲମିଆ ବହୁବର୍ଷ ଧରି କୋଇଲା ବ୍ୟବସାୟ କରି ଆସୁଛନ୍ତି। ହେଲେ ଟିକସ ଫାଙ୍କି ଥିବା ଅଭିଯୋଗ ହୋଇଥିଲା। ଏହି ଆଧାରରେ ଆୟକର ବିଭାଗ ଘନଶ୍ୟାମଙ୍କ ଘର ଓ ଫ୍ୟାକ୍ଟ୍ରିରେ ଗତକାଲିଠୁ ଚଢ଼ଉ ଜାରି ରହିଛି। ଚଢ଼ାଉ ବେଳେ କ’ଣ ସବୁ ଜବତ ହୋଇଛି ସୂଚନା ମିଳିନାହିଁ।

Advertisment
Income Tax IT Raid