Advertisment

ମଦ ତିଆରି ଫ୍ୟାକ୍ଟ୍ରୀରେ IT ରେଡ୍‌, ୫୦ କୋଟିରୁ ଅଧିକ ଟଙ୍କା ଜବତ!

ଆଜି ସକାଳେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ୍‌ ଉପରେ ଆଇଟି ରେଡ୍ କରିଥିଲା। କମ୍ପାନୀର ପଳାସପଲ୍ଲୀ ସ୍ଥିତ କର୍ପୋରେଟ୍ ଅଫିସ ଓ କିଛି ଅଧିକାରୀଙ୍କ ଘରେ ଚଢଉ କରିଥିଲା ଆୟକର ଟିମ୍। ଉତ୍ପାଦନ ଓ ବ୍ୟବସାୟ ସହ ଆୟକର ଯାଞ୍ଚ କରାଯାଇଛି।

author-image
Manoranjan Sial
IT

IT

ରାଜ୍ୟରେ ହୋଇଛି ବଡ଼ଧରଣର ଆଇଟି ରେଡ୍। ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କି ଥିବା ଅଭିଯୋଗରେ ଏହି ଚଢଉ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଏହି ରେଡରେ ଏଯାଏଁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଆୟକର ବିଭାଗର ଏହି ଚଢଉ ଏବେବି ଜାରି ରହିଛି।

Advertisment

ଆଜି ସକାଳେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ୍‌ ଉପରେ ଆଇଟି ରେଡ୍ କରିଥିଲା। କମ୍ପାନୀର ପଳାସପଲ୍ଲୀ ସ୍ଥିତ କର୍ପୋରେଟ୍ ଅଫିସ ଓ କିଛି ଅଧିକାରୀଙ୍କ ଘରେ ଚଢଉ କରିଥିଲା ଆୟକର ଟିମ୍। ଉତ୍ପାଦନ ଓ ବ୍ୟବସାୟ ସହ ଆୟକର ଯାଞ୍ଚ କରାଯାଇଛି। ସେପଟେ ବୌଦ୍ଧ ରାମ୍ଭିକଟା ସ୍ଥିତ କମ୍ପାନୀର ଫ୍ୟାକ୍ଟ୍ରୀ ଓ ଅଫିସରେ ମଧ୍ୟ ଚଢଉ ହୋଇଛି। ଆୟକର ବିଭାଗର ୨୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ସେହିପରି କମ୍ପାନୀ ସହ ଲିଙ୍କ ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ଅନ୍ୟ ସ୍ଥାନରେ ଚଢଉ କରିଛନ୍ତି ଆୟକର ଟିମ୍। ସେପଟେ ବଲାଙ୍ଗିର ଓ ଟିଟିଲାଗଡରେ ମଧ୍ୟ ଏକାଧିକ ମଦ ବ୍ୟବସାୟୀଙ୍କ ଉପରେ ଚଢଉ ହୋଇଛି। ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ ଜଣିଆ ଟିମ ଚଢଉ କରିଛି। ଏହି ଲିଙ୍କରେ ଆୟକର ଟିମ୍ କୋଲକାତା ଓ ରାଞ୍ଚିରେ ମଧ୍ୟ ଚଢ଼ଉ କରିଥିବା ସୂଚନା ମିଳିଛି। ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମଡିଙ୍କ ଘରେ ରେଡ ହୋଇଛି।

Advertisment

ତେବେ ଆୟକର ଚଢଉ ନେଇ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡର ପ୍ରତିକ୍ରିୟା ମିଳିପାରିନାହିଁ।

IT Raid Boudh