Advertisment

ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT

ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍‌। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍‌ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍‌ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।

Crime

Crime

Advertisment

ଠକେଇ ରାଣୀ ହଂସିକା ଅଭିଲିପ୍ସାଙ୍କ ସ୍ୱାମୀ ସରୋଜ ସାହୁଙ୍କୁ ରାଜଧାନୀ ଭୁବନେଶ୍ୱରରୁ ଧରିଥିବା ବେଳେ ଆଉ ଜଣେ ସ୍ୱାମୀଙ୍କ ଘରେ ଘାଣ୍ଟିଛି ଆୟକର ବିଭାଗ(IT)। ଆଜି ଦିନ ତମାମ ହଂସିକାଙ୍କ ସ୍ୱାମୀ ମନୋଜ ଆଚାର୍ଯ୍ୟ ଘରେ ଚଢ଼ଉ କରିଛି। ଏଥିସହ ମନୋଜ ଆଚାର୍ଯ୍ୟ, ତାଙ୍କ ବାପା ଓ ବଡ଼ଭାଇଙ୍କୁ ଘନଘନ ଜେରା କରିଛି। ତାଙ୍କ ଘରୁ ମିଳିଥିବା କାଗଜପତ୍ର ଧରି ବାଲିଗୁଡ଼ା ଏସ୍‌ବିଆଇ ବ୍ୟାଙ୍କ ଯାଇ ତନାଘନା କରିଛି।

Advertisment

ଠକେଇ ରାଣୀ ମହୁମାଛି ହଂସିକା ଅଭିଲିପ୍ସାଙ୍କ ସ୍ୱାମୀ ମନୋଜ ଆଚାର୍ଯ୍ୟଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ। ହଂସିକାଙ୍କ ଠକେଇର ଖିଅ ଖୋଜିବା ପାଇଁ ମଙ୍ଗଳବାରଠାରୁ ସେଠାରେ ଆୟକର ବିଭାଗର ଏକାଧିକ ଟିମ୍‌ ଡେରା ପକାଇଛି। ଆଜି ହଂସିକା ଅଭିଲିପ୍ସାଙ୍କ ସ୍ୱାମୀ ମନୋଜ ଆଚାର୍ଯ୍ୟଙ୍କ ସମେତ ଶ୍ୱଶୁର ସୀମାଞ୍ଚଳ ଆଚାର୍ଯ୍ୟ ଓ ଦେଢଶୁର ମାନସ ଆଚାର୍ଯ୍ୟଙ୍କୁ ଆୟକର ଅଧିକାରୀ ମାରାଥନ ଜେରା କରିଛି। ଏଥିସହ ମନୋଜ ଆଚାର୍ଯ୍ୟଙ୍କ ବାସଭବନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ହଂସିକାଙ୍କ ଆର୍ଥିକ କାରବାରରେ ସେମାନଙ୍କର କ’ଣ ସବୁ ସମ୍ପର୍କ ରହିଛି? ସେ ନେଇ ଅଧିକାରୀ ଖୋଳତାଡ଼ ଜାରି ରଖିଛନ୍ତି।

ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍‌। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍‌ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍‌ ବ୍ୟାଙ୍କରେ ଖୋଳତାଡ଼ କରିଥିଲା। ହେଲେ ଆୟକର ବିଭାଗ ପକ୍ଷରୁ ଏ ନେଇ କୌଣସି ସୂଚନା ଗଣମାଧ୍ୟମକୁ ଦେଇନାହିଁ।

Advertisment

ସେପଟେ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରୁ ହଂସିକା ଅଭିଲିପ୍ସାଙ୍କ ସ୍ୱାମୀ ସରୋଜଙ୍କୁ ଧରିଥିଲା ଆୟକର ବିଭାଗ। ନିଜର ସାଥୀଙ୍କ ସହ ସରୋଜ କାର ଭିତରେ ବସିଥିବା ବେଳେ ଆୟକର ବିଭାଗ ଘେରାବନ୍ଦୀ କରି ମାଡ଼ି ବସିଥିଲା। ତାଙ୍କୁ ହେପାଜତକୁ ନେଇ ଏବେ ପଚରାଉଚରା କରୁଛି।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Crime Phulbani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe