Advertisment

ମଦ ଟଙ୍କାର ହିସାବ ଦେଲା IT: ୩୫୧ କୋଟିର କ୍ୟାସ୍‌, ୨.୮୦ କୋଟିର ଗହଣା

ଦେଶୀ ମଦ ଫ୍ୟାକ୍ଟ୍ରୀ ଓ ଭାଟିରେ ଚଢ଼ଉ କରିଥିଲା ଆୟକର ବିଭାଗ। ଏହି ଚଢ଼ଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାରଖଣ୍ଡରେ ବିଭିନ୍ନ ସ୍ଥାନରେ ହୋଇଥିଲା। ଚଢ଼ଉ ବେଳେ ସମ୍ୱଲପୁର ଓ ବଲାଙ୍ଗିର ଜିଲ୍ଲାରୁ ବିଭିନ୍ନ ଭାଟିରୁ ବସ୍ତାବସ୍ତା ଟଙ୍କା ଜବତ କରିଥିଲା।

Balangir

Balangir

Advertisment

ମଦ ବ୍ୟବସାୟୀଙ୍କ ବିଭିନ୍ନ ଘର ଓ ଫ୍ୟାକ୍ଟ୍ରିରେ ଆଇଟି ରେଡ୍ ଘଟଣାରେ ୩୫୧ କୋଟିରୁ ଅଧିକ ଟଙ୍କା ମିଳିଛି। ପ୍ରେସ ରିଲିଜ୍ ଜରିଆରେ ଆୟକର ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଏହାବାଦ ୨ କୋଟି ୮୦ ଲକ୍ଷ ଟଙ୍କାର ଗହଣା ଜବତ ହୋଇଛି ଦର୍ଶାଯାଇଛି। ଜବତ ଟଙ୍କାରୁ ୩୨୯ କୋଟି ବଲାଙ୍ଗିର ଓ ସମ୍ବଲପୁରରେ ଥିବା ପୁରୁଣା ଘର, ଗୁପ୍ତ ଚାମ୍ବରରେ ଲୁଚା ଯାଇଥିଲା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ଦେଶୀ ମଦ ଫ୍ୟାକ୍ଟ୍ରୀ ଓ ଭାଟିରେ ଚଢ଼ଉ କରିଥିଲା ଆୟକର ବିଭାଗ। ଏହି ଚଢ଼ଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାରଖଣ୍ଡରେ ବିଭିନ୍ନ ସ୍ଥାନରେ ହୋଇଥିଲା। ଚଢ଼ଉ ବେଳେ ସମ୍ୱଲପୁର ଓ ବଲାଙ୍ଗିର ଜିଲ୍ଲାରୁ ବିଭିନ୍ନ ଭାଟିରୁ ବସ୍ତାବସ୍ତା ଟଙ୍କା ଜବତ କରିଥିଲା। ଏତେ ପରିମାଣର ଟଙ୍କା ଦେଖି ଆୟକର ବିଭାଗ ଅଧିକାରୀଙ୍କ ଆଖି ଟେରା ହୋଇଯାଇଥିଲା। ଟଙ୍କା ବସ୍ତାକୁ ପିକ୍‌ଅପ୍‌ରେ ଭର୍ତ୍ତି କରାଯାଇ ଏସ୍‌ବିଆଇ ବ୍ୟାଙ୍କକୁ ନିଆଯାଇଥିଲା। ଦିନ ରାତି ଏକ କରି ଗଣିଥିଲେ ବ୍ୟାଙ୍କ କର୍ମଚାରୀ। ଏମିତିକି ଟଙ୍କା ଗଣା ମେଶିନ୍‌ ଖରାପ ହୋଇଯାଇଥିଲା। ବ୍ୟାଙ୍କ କର୍ମଚାରୀମାନେ ଓଭର ଡ୍ୟୁଟି କରିଥିଲେ। ଏପରିକି ରବିବାର ମଧ୍ୟ ଉପସ୍ଥିତ ରହି ଟଙ୍କା ଗଣତି କରିଥିଲେ।

ଦେଶୀ ମଦ ଭାଟିରୁ ଟଙ୍କା ମିଳିବା ପରେ ରାଜନୀତି ଆରମ୍ଭ ହୋଇଥିଲା। ବିଜେପି, କଂଗ୍ରେସ ଓ ବିଜେଡି ଭିତରେ ବାକ୍‌ ଯୁଦ୍ଧ ହୋଇଥିଲା। ନେତାମାନେ ପରସ୍ପର ବିରୋଧରେ ଆରୋପ ଓ ପ୍ରତ୍ୟାରୋକ କରିଥିଲେ। କହିବାକୁ ଗଲେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ହେଲେ ଏହି ମାମଲାରେ କିଏ କିଏ ଗିରଫ ହୋଇଛନ୍ତି, ତାହା ଜଣାପଡ଼ି ନାହିଁ।

Advertisment
Sambalpur Balangir IT Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe