Advertisment

ୟୁପି ପରେ ଜମ୍ମୁ-କଶ୍ମୀର, କଳା ପଟାରେ ଜୟ ଶ୍ରୀରାମ ଲେଖିବାରୁ ପିଟିଲେ ଶିକ୍ଷକ!

ପୁଲିସ୍‌ ଅଭିଯୋଗ ପାଇବା ପରେ ସ୍କୁଲର ଶିକ୍ଷକ ଓ ପ୍ରିନ୍ସିପାଲଙ୍କ ନାଁରେ ଏଫଆଇଆର ରୁଜୁ କରିଛି।

School

School

Advertisment

ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଥିବା ଗୋଟିଏ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲର ଶିକ୍ଷକ ଜଣେ ଛାତ୍ରଙ୍କୁ ପ୍ରବଳ ପିଟିଛନ୍ତି। ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଛାତ୍ର ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଶ୍ରେଣୀ ଗୃହର କଳା ପଟାରେ ଜୟ ଶ୍ରୀରାମ ଲେଖିବାରୁ ଶିକ୍ଷକ ଜଣଙ୍କ ତାଙ୍କୁ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି।

Advertisment

ପୁଲିସ୍‌ ଅଭିଯୋଗ ପାଇବା ପରେ ସ୍କୁଲର ଶିକ୍ଷକ ଓ ପ୍ରିନ୍ସିପାଲଙ୍କ ନାଁରେ ଏଫଆଇଆର ରୁଜୁ କରିଛି। ସେମାନଙ୍କ ନାଁରେ ଆଇପିସିର ଧାରା ୩୨୩, ୩୪୨, ୫୦୪, ୫୦୬ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟର ଧାରା ୭୫ ଅନୁଯାୟୀ ମାମଲା ହୋଇଛି।

ଏହାପୂର୍ବରୁ ଉତ୍ତର ପ୍ରଦେଶର ମୁଜାଫରନଗର ଗୋଟିଏ ସ୍କୁଲରୁ ବିଚଳିତ କରିବା ଭଳି ଭିଡିଓ ଆସିଥିଲା। ଏଠାରେ ଜଣେ ଶିକ୍ଷୟିତ୍ରୀ କ୍ଲାସର ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଶିକ୍ଷାର୍ଥୀଙ୍କୁ ଦ୍ୱାରା ମାଡ଼ ମରାଇଥିବା ଭିଡିଓ ଭାଇରାଲ ହୋଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଶିକ୍ଷୟିତ୍ରୀ ଜଣଙ୍କ କହୁଛନ୍ତି ଯେ “ମୁଁ ଘୋଷଣା କରୁଛି ଯେ ଏଠାରେ ଯେତେ ବି ମହମ୍ମଦାନ ପିଲା ଅଛନ୍ତି..” ଏହାପରେ ସେ ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ଜଣଙ୍କ ପରେ ଜଣେ ଆସି ମୁସଲିମ ଛାତ୍ରଙ୍କୁ ମାଡ଼ ମାରିବାକୁ କହୁଛନ୍ତି।

Advertisment

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କାଠୁଆରୁ ଜୟ ଶ୍ରୀରାମ ଲେଖା ପାଇଁ ଜଣେ ଛାତ୍ରଙ୍କୁ ମାଡ଼ ମରାଯାଇଛି। ଏହି ଘଟଣା ପରେ ଡେପୁଟି କମିଶନର ଗୋଟିଏ ବିଜ୍ଞପ୍ତି ପ୍ରକାଶ କରି କହିଛି ଯେ ଏହାର ତଦନ୍ତ ପାଇଁ ୩ ଜଣଆ କମିଟି ଗଠନ କରାଯାଇଛଛି।

କମିଟିରେ ବନିର ସବ ଡିଭିଜନାଲ ମାଜିଷ୍ଟ୍ରେଟ, କଠୁଆର ଡେପୁଟି ସିଇଓ ଓ ଖାରୋଟେ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରିନ୍ସିପାଲ ରହିଛନ୍ତି। ସେମାନଙ୍କୁ ତଦନ୍ତ କରି ପୂରା ରିପୋର୍ଟ ଦେବାକୁ କୁହାଯାଇଛି।

Uttar Pradesh Jammu Kashmir School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe