Advertisment

ଆର୍ମି ବେଶରେ ୟୁନିଭରସିଟିରେ ପଶିଲେ ୩୦ ଯୁବକ, ପରିଚୟ ମାଗିବାରୁ ସ୍ଥାନ ଛାଡ଼ିଲେ

ପ୍ରାୟ ୨୫ରୁ ୩୦ ଯୁବକ ଆର୍ମି ବେଶରେ କଲେଜରେ ପଶିଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା।

author-image
Niharika Rout
Jadavpur University

Jadavpur University

ରାଗିଂ ଯୋଗୁ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ଯାଦବପୁର ୟୁନିଭରସିଟି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ଥରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରାୟ ୨୫ରୁ ୩୦ ଯୁବକ ଆର୍ମି ବେଶରେ କଲେଜରେ ପଶିଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା।

Advertisment

ଗତ ବୁଧବାର ଅପରାହ୍ନରେ କ୍ୱାଜି ସଦ୍ଦିକ ହୁସେନ ପ୍ରାୟ ୩୦ ଯୁବକଙ୍କୁ ଧରି ଆର୍ମି ବେଶରେ ୟୁନିଭରସିଟି କ୍ୟାମ୍ପସରେ ପଶିଥିଲେ। ଏହାର କିଛି ସମୟ ପରେ କ୍ୱାଜି ସଦ୍ଦିକ ହୁସେନ ନିଜ ଗୋଷ୍ଠୀର କିଛି ଯୁବକଙ୍କ ସହ ଭାଇସ-ଚେନସେଲରଙ୍କ ରୁମ୍‌କୁ ଯାଇଥିବା ବେଳେ ତୁରନ୍ତ ସେଠାରୁ ବାହାରି ପଳାଇଥିଲେ।

ଯାଦବପୁର ୟୁନିଭରସିଟି ଭାଇସ-ଚାନସେଲର ବୁଦ୍ଧଦେବ ସାଉ ଦେଇଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରୁପ୍‌ର ସଦସ୍ୟ ନିଜକୁ ମାନବାଧିକାର ସଙ୍ଗଠନର ସଦସ୍ୟ ବୋଲି କହିଛନ୍ତି। ମାତ୍ର ଏ ସଂକ୍ରାନ୍ତୀୟ କୌଣସି କାଗଜପତ୍ର ସେମାନେ ଦେଖାଇ ପାରୁ ନାହାନ୍ତି। ଏନେଇ ଯାଦବପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ମାମଲାକୁ ଛାନଭିନ କରୁଛି।

Advertisment

ପୁଲିସ୍‌ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଯାଦବପୁର ପୁଲିସ୍‌ ଷ୍ଟେଶନରେ କ୍ୱାଜି ସଦ୍ଦିକ ହୁସେନ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉକ୍ତ ବ୍ୟକ୍ତିଜଣକ ନିଜକୁ 'Asian Human Rights Society' ର ସେକ୍ରେଟାରୀ ଜେନେରାଲ ବୋଲି ପରିଚୟ ଦେଉଛନ୍ତି। ତାଙ୍କ ସହ ଆଉ ୨୫-୩୦ ଯୁବକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ଏନେଇ ୟୁନିଭରସିଟିର ଭାଇସ ଚାନସେଲର କହିଛନ୍ତି, ସେମାନେ ନିଜକୁ ମାନବାଧିକାର ସଂଙ୍ଗଠନର ସଦସ୍ୟ ବୋଲି ପରିଚୟ ଦେଇଥିଲେ। ଏଥିସହ ମୋ’ ସହ ସାକ୍ଷାତ ପାଇଁ ପୂର୍ବରୁ ଯୋଗାଯୋଗ କରିଥିବା ବେଳେ ସେମାନଙ୍କୁ ଏଥିପାଇଁ ସମୟ ବି ଦିଆଯାଇଥିଲା। ମାତ୍ର ହଠାତ୍‌ ଆର୍ମି ବେଶରେ ପଶିବାର କାରଣ ସ୍ପଷ୍ଟ ହୋଇ ନାହିଁ। ଏଥିସହ ସେମାନଙ୍କୁ ସାକ୍ଷାତ ପାଇଁ ଅନୁମତିପତ୍ର ଦେଖାଇବାକୁ କହିବାରୁ ତାହାକୁ ସେ ଏଡ଼ାଇ ଯାଇଥିଲେ।

West Bengal