Advertisment

YSR କଂଗ୍ରେସର ଯୁବନେତାଙ୍କୁ ନିର୍ମମ ହତ୍ୟା

୨ ହାତ କାଟିବା ପରେ ବେକକୁ ହାଣି ହତ୍ୟା କରା ଯାଇଥିବା ଅଭିଯୋଗ।

Murder

Murder

Advertisment

ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ YSR କଂଗ୍ରେସର ଜଣେ ଯୁବ ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାସ୍ତା ମଝିରେ ସର୍ବ ସମ୍ମୁଖରେ ଜଣେ ବ୍ୟକ୍ତି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

Advertisment

ରିପୋର୍ଟ ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ଆଠଟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ହେଉଛନ୍ତି, YSR କଂଗ୍ରେସ ଯୁବ ୱିଙ୍ଗର ସଦସ୍ୟ ଶେଖ ରସିଦ। ଶେଖ ଜିଲାନି ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜିଲାନି ପ୍ରଥମେ ରସିଦଙ୍କ ଦୁଇ ହାତ କାଟି ଦେବା ପରେ ବେକକୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଫଳରେ ରସିଦଙ୍କର ମୃତ୍ୟୁ ଘଟିଛି।

Advertisment

ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ହତ୍ୟାକାଣ୍ଡ ଘଟିଥିବା ବିନୁକୋଣ୍ଡା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଏସପି କାଞ୍ଚି ଶ୍ରୀନିବାସ ରାଓ ଘଟଣାରେ ରାଜନୈତିକ ହିଂସାକୁ ଖଣ୍ଡନ କରିଛନ୍ତି। ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବ୍ୟକ୍ତିଗତ ବିବାଦ, ରାଜନୈତିକ ହିଂସା ନୁହେଁ ବୋଲି ଏସପି କହିଛନ୍ତି। ବର୍ତ୍ତମାନ ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ି ବୋଲି ଏସପି ରାଓ କହିଛନ୍ତି।  

Murder Crime YSR Congress AP Police Andhra Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe