Advertisment

ଜଗତସିଂହପୁର: ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନଶିକ୍ଷକ ଅଟକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ସାନକାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମା’ ବାଲିକୁଦା ଥାନାରେ ଏତଲା ଦେବା ପରେ ପୋଲିସ୍ ଘଟଣାର ତଦନ୍ତ କରିବା ପରେ ପ୍ରଧାନଶିକ୍ଷକଙ୍କ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ପୋଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ଶନିବାର ସବୁ ପିଲା ଗୋଟିଏ କୋଠରୀରେ ବସିଥିବା ବେଳେ ପ୍ରଧାନଶିକ୍ଷକ ଏହି ଛାତ୍ରୀ ଜଣଙ୍କୁ ଅନ୍ୟ ଏକ କଠୋରୀକୁ […]

author-image
Rakesh Mallick

khurdh

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ସାନକାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମା’ ବାଲିକୁଦା ଥାନାରେ ଏତଲା ଦେବା ପରେ ପୋଲିସ୍ ଘଟଣାର ତଦନ୍ତ କରିବା ପରେ ପ୍ରଧାନଶିକ୍ଷକଙ୍କ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

Advertisment

ପୋଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ଶନିବାର ସବୁ ପିଲା ଗୋଟିଏ କୋଠରୀରେ ବସିଥିବା ବେଳେ ପ୍ରଧାନଶିକ୍ଷକ ଏହି ଛାତ୍ରୀ ଜଣଙ୍କୁ ଅନ୍ୟ ଏକ କଠୋରୀକୁ ଡାକିଥିଲା। ନୂଆ ପୋଷାକ ପାଇଁ ମାପ ନିଆଯିବ ବୋଲି କହି ତାଙ୍କୁ ଫ୍ରକ୍ ଖୋଲିବାକୁ କହିଥିଲେ। ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ। ସ୍କୁଲ୍ ଛୁଟି ହେବା ପର୍ଯ୍ୟନ୍ତ ସେ ଏହି ଛାତ୍ରୀଙ୍କୁ ନିର୍ଯାତନା ଦେଇଥିଲେ। ସ୍କୁଲ୍ ଛୁଟି ହେବା ପରେ ଝିଅଟି ଘରକୁ ଯାଇ ତାଙ୍କ ମା’ଙ୍କୁ ସବୁ କଥା କହିଥିଲେ। ଏହା ପରେ ତାଙ୍କ ମା’ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଅଭିଯୋଗ ସଂପର୍କରେ ଜାଣିବା ପରେ ବ୍ଲକ୍ ଶିକ୍ଷା ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।