ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ଇନ୍ଦୁ ଦିୱାନଙ୍କର ୫ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଯିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଗତ ୧୭ ତାରିଖ ଦିନ ସିବିଆଇ ତାଙ୍କୁ ଗିରଫ କରିବା ସହିତ ୫ ଦିନ ରିମାଣ୍ଡରେ ନେଇଥିଲା।
ଇନ୍ଦୁ ହେଉଛନ୍ତି ଅର୍ଥତତ୍ତ୍ୱ ଠକେଇରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇର ମଡେଲ୍ ପ୍ରୀତି ଭାଟିଆଙ୍କର ଭଉଣୀ।
ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ଇନ୍ଦୁ ଦିୱାନ ପ୍ରୀତି ଭାଟିଆଙ୍କ ମାଧ୍ୟମରେ ପ୍ରଚୁର ଟଙ୍କା ନେଇଥିବା ଅଭିଯୋଗ ରହିଥିଲା। ସିବିଆଇ ଏହି ମାମଲାରେ ଇନ୍ଦୁ ଦିୱାନଙ୍କ ଭୂମିକାକୁ ନେଇ ତଦନ୍ତ କରୁଥିଲା। ଗିରଫଦାରୀ ଏଡ଼ାଇବା ପାଇଁ ଇନ୍ଦୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତେବେ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଇ ନଥିଲେ। ସିବିଆଇ ତାଙ୍କୁ ପୂର୍ବରୁ ୫ ଥର ଡାକି ପଚରାଉଚରା ମଧ୍ୟ କରିଥିଲା। ତେବେ ଗତ ୧୭ ତାରିଖରେ ସିବିଆଇ ତାଙ୍କୁ ଷଷ୍ଠ ଥର ପାଇଁ ଜେରା କରିବାକୁ ଡାକିବା ସହିତ ଗିରଫ କରିଥିଲା। ଇନ୍ଦୁଙ୍କ ଗିରଫଦାରୀ ପରେ ଅର୍ଥତତ୍ତ୍ୱ ଠକେଇ ମାମଲାରେ ଗିରଫଦାରୀ ସଂଖ୍ୟା ୧୯ରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ ଯନ୍ତ୍ରିକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ! ଅଧ୍ୟାପକ ଅଟକ
ଛାତ୍ରୀଙ୍କୁ ଏକୁଟିଆ ପାଇଁ ଅଧ୍ୟାପକ ଜଣକ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଶରୀରରେ ହାତ ମାରିଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସିପ୍ରା ତାଙ୍କଠାରୁ ଦୌଡ଼ି ପଳାଇ ଆସିଥିଲେ।
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Crime
ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଯୁବତୀଙ୍କୁ ଛୁରା ମାଡ଼
ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ହେବ। ଚୌଧୁରୀ ବଜାର ଅଞ୍ଚଳର ଯୁବତୀ ପୁରୀ ଘାଟ ଥାନାଠାରୁ ଅଳ୍ପ ଦୂର ମାଣିକ ବଜାରରେ ଛିଡ଼ା ହୋଇଥିଲେ। ଠିକ୍ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।
Crime
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ
୨୦୧୮ରେ ଘଟିଥିଲା ବହୁଚର୍ଚ୍ଚିତ ନାରାୟଣ ସତନାମୀ ହତ୍ୟାକାଣ୍ଡ। ଇରଶିଷଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ରୁଜୁ ହୋଇଥିଲା ମାମଲା।
Crime
ଜେଜେମାଆ-ନାତୁଣୀଙ୍କୁ ଲୁଟିଲେ, ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ
ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛତ୍ରପୁର ମେଡ଼ିକାଲ୍ରୁ କୁନ୍ତଳାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍ କଲ ଆସିଥିଲା। କୁନ୍ତଳା ଓ ସ୍ୱିଟି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଚେତା ଫେରୁନି ବୋଲି ସୂଚନା ଦିଆଯାଇଥିଲା।