Advertisment

ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ଠକେଇ: ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଇନ୍ଦୁ ଦିୱାନ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ଇନ୍ଦୁ ଦିୱାନଙ୍କର ୫ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଯିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଗତ ୧୭ ତାରିଖ ଦିନ ସିବିଆଇ ତାଙ୍କୁ ଗିରଫ କରିବା ସହିତ ୫ ଦିନ ରିମାଣ୍ଡରେ ନେଇଥିଲା। ଇନ୍ଦୁ ହେଉଛନ୍ତି ଅର୍ଥତତ୍ତ୍ୱ ଠକେଇରେ ସଂପୃକ୍ତି  ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇର ମଡେଲ୍ ପ୍ରୀତି ଭାଟିଆଙ୍କର ଭଉଣୀ। ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ […]

ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ଠକେଇ: ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଇନ୍ଦୁ ଦିୱାନ

indu-diawan

Advertisment

indu-diawanଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ଇନ୍ଦୁ ଦିୱାନଙ୍କର ୫ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଯିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଗତ ୧୭ ତାରିଖ ଦିନ ସିବିଆଇ ତାଙ୍କୁ ଗିରଫ କରିବା ସହିତ ୫ ଦିନ ରିମାଣ୍ଡରେ ନେଇଥିଲା।

Advertisment

ଇନ୍ଦୁ ହେଉଛନ୍ତି ଅର୍ଥତତ୍ତ୍ୱ ଠକେଇରେ ସଂପୃକ୍ତି  ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇର ମଡେଲ୍ ପ୍ରୀତି ଭାଟିଆଙ୍କର ଭଉଣୀ।

ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ଇନ୍ଦୁ ଦିୱାନ ପ୍ରୀତି ଭାଟିଆଙ୍କ ମାଧ୍ୟମରେ ପ୍ରଚୁର ଟଙ୍କା ନେଇଥିବା ଅଭିଯୋଗ ରହିଥିଲା। ସିବିଆଇ ଏହି ମାମଲାରେ ଇନ୍ଦୁ ଦିୱାନଙ୍କ ଭୂମିକାକୁ ନେଇ ତଦନ୍ତ କରୁଥିଲା। ଗିରଫଦାରୀ ଏଡ଼ାଇବା ପାଇଁ ଇନ୍ଦୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତେବେ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଇ ନଥିଲେ। ସିବିଆଇ ତାଙ୍କୁ ପୂର୍ବରୁ ୫ ଥର ଡାକି ପଚରାଉଚରା ମଧ୍ୟ କରିଥିଲା। ତେବେ ଗତ ୧୭ ତାରିଖରେ ସିବିଆଇ ତାଙ୍କୁ ଷଷ୍ଠ ଥର ପାଇଁ ଜେରା କରିବାକୁ ଡାକିବା ସହିତ ଗିରଫ କରିଥିଲା। ଇନ୍ଦୁଙ୍କ ଗିରଫଦାରୀ ପରେ ଅର୍ଥତତ୍ତ୍ୱ ଠକେଇ ମାମଲାରେ ଗିରଫଦାରୀ ସଂଖ୍ୟା ୧୯ରେ ପହଞ୍ଚିଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe