Advertisment

ଚେତନଙ୍କ ପତ୍ନୀଙ୍କ ଚାଞ୍ଚଲ୍ୟକର ବୟାନ - ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ

ରେଣୁଙ୍କ କହିବାନୁଯାୟୀ, ‘ମୋ’ ସ୍ୱାମୀ ଦୀର୍ଘ ଦିନ ହେଲା ମାନସିକ ରୂପେ ସମ୍ପୂର୍ଣ୍ଣ ଅସୁସ୍ଥ । ଏଥିନିମନ୍ତେ ମଥୁରାରେ ତାଙ୍କ ଚିକିତ୍ସା ଚାଲିଛି।’

ଅଦ୍ୟତନ ହୋଇଛି
Chetan

Chetan

Advertisment

‘ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ। ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଦୀର୍ଘ ଦିନ ହେଲା ସେ ଏହି ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ବି ଚାଲିଛି।’ ଗତ ୩୧ ତାରିଖରେ ମୁମ୍ବାଇରେ  ଚଳନ୍ତା ଜୟପୁର-ମୁମ୍ବାଇ ଟ୍ରେନରେ ଗୁଳି ମାଡ଼ କରି ୪ ଜଣଙ୍କ ଜୀବନ ନେଇଥିବା RPF କନଷ୍ଟେବଳ ଚେତନଙ୍କ ପତ୍ନୀ ରେଣୁ ଦେଇଛନ୍ତି ଏପରି ଚାଞ୍ଚଲ୍ୟକର ତଥ୍ୟ।

Advertisment

ରେଣୁଙ୍କ କହିବାନୁଯାୟୀ, ‘ମୋ’ ସ୍ୱାମୀ ଦୀର୍ଘ ଦିନ ହେଲା ମାନସିକ ରୂପେ ସମ୍ପୂର୍ଣ୍ଣ ଅସୁସ୍ଥ । ଏଥିନିମନ୍ତେ ମଥୁରାରେ ତାଙ୍କ ଚିକିତ୍ସା ଚାଲିଛି। ଏବେ ମୁଁ ଉତ୍ତରପ୍ରଦେଶରେ ଥିବା ବେଳେ ଶନିବାର ମୁମ୍ବାଇରେ ପହଞ୍ଚିବି ଓ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସମ୍ମୁଖରେ ନିଜ ସ୍ୱାମୀଙ୍କ ଚିକିତ୍ସା ସମ୍ପର୍କୀତ ସମସ୍ତ କାଗଜପତ୍ର ଦାଖଲ କରିବି। ଏଥିସହ ନିଜ ବୟାନ ବି ଦେବି ।’

 ଚେତନଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, କିଛି ବର୍ଷ ପୂର୍ବେ ଘରେ ପଡ଼ି ଯାଇଥିବା ଚେତନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ସେବେଠୁ ସେ ମାନସିକ ରୋଗରେ ପୀଡ଼ିତ ଅଛନ୍ତି।

Advertisment

ଆସନ୍ତାକାଲି ରେଣୁ ନିଜ ପରିବାର ଲୋକଙ୍କ ସହ ମୁମ୍ବାଇରେ ପହଞ୍ଚି ପୁଲିସ୍‌ ସମ୍ମୁଖରେ ନିଜ ବୟାନ ରେକର୍ଡ କରିବେ। ଏହି ସମୟରେ ସେ ଚେତନଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ଟ୍ରେନ ଭିତରେ RPF ଯବାନ ଚେତନଙ୍କ ଆଖିବୁଜା ଗୁଳିମାଡ଼ ଯୋଗୁ ୪ ଜଣ ଟଳି ପଡ଼ିଥିଲେ। ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ASI ଙ୍କ ସହ ୩ ଜଣ ଯାତ୍ରୀ ଥିଲେ । ଗୁଳିକାଣ୍ଡ ଘଟାଇ ଚେତନ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିବା ବେଳେ ପରେ ପୁଲିସ୍‌ ତାଙ୍କୁ କାବୁ କରି ଗିରଫ କରିଥିଲା।

 ତାଙ୍କୁ ଗତ ୧ ତାରିଖରେ ବୋରିବଲି କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ବିଚାରପତି ତାଙ୍କୁ ୭ ଦିନ ପାଇଁ ପୁଲିସ୍‌ ରିମାଣ୍ଡରେ ପଠାଇଛନ୍ତି। ଏବେ ପୁଲିସ୍‌ ତାଙ୍କୁ ଫାୟାରିଂ ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ଗୁଡ଼ାଇତୁଡ଼ାଇ ପଚାରୁଥିବା ବେଳେ ଚେତନ ସହଯୋଗ କରୁ ନ ଥିବା ଜଣାଯାଇଛି।

Mumbai Train Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe